ମାଆ, ବାପା ଓ ପୁଅ ବିଷ ପିଇଦେଲେ

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା କତରବଗା ଥାନା ଅଞ୍ଚଳରେ ଗୋଟିଏ ପରିବାରର ବାପା, ମାଆ ଓ ପୁଅ ବିଷ ପିଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ସେମାନେ କାହିଁକି ବିଷ ପିଇଲେ? ତାହାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପାରିବାରିକ କଳହରୁ ବିଷ ପିଇଥିବା ଅଭିଯୋଗ ହେଉଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲଏଡା-ରୁକିଡିହି ଗାଁ ସୁବେର ମହାନନ୍ଦିଆ କାମଦାମ କରି ପରିପାର ଚଳାନ୍ତି। ଆଜି କୌଣସି କଥାକୁ […]

death

Manoranjan Sial
  • Published: Sunday, 15 March 2020
  • , Updated: 15 March 2020, 05:28 PM IST

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା କତରବଗା ଥାନା ଅଞ୍ଚଳରେ ଗୋଟିଏ ପରିବାରର ବାପା, ମାଆ ଓ ପୁଅ ବିଷ ପିଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ସେମାନେ କାହିଁକି ବିଷ ପିଇଲେ? ତାହାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପାରିବାରିକ କଳହରୁ ବିଷ ପିଇଥିବା ଅଭିଯୋଗ ହେଉଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଲଏଡା-ରୁକିଡିହି ଗାଁ ସୁବେର ମହାନନ୍ଦିଆ କାମଦାମ କରି ପରିପାର ଚଳାନ୍ତି। ଆଜି କୌଣସି କଥାକୁ ନେଇ ପତ୍ନୀ ବୈଦେହୀ ଓ ପୁଅ ସୁଶାନ୍ତଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ସମସ୍ତେ କୀଟନାଶକ ପିଇଦେଇଥିଲେ। ପଡୋଶୀମାନେ ସେମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୈଦେହୀ ମହାନନ୍ଦିଆଙ୍କ ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ସୁବେର ଓ ପୁଅ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story