ସମ୍ଭାବ୍ୟ ମରୁଡି ମୁକାବିଲା:  ଆପାତ୍ତକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର:  ସମ୍ଭାବ୍ୟ ମରୁଡି ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ତୁରନ୍ତ ଆପାତ୍ତକାଳୀନ ଯୋଜନା ପ୍ରସ୍ତୁତ କରି  ରିପୋର୍ଟ ପଠାଇବାକୁ ଜିଲ୍ଲାପାଳ ମାନଙ୍କୁ ନର୍ଦ୍ଦେଶ ଦେଇଛନ୍ତି ସରକାର ।  ସୋମବାର କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚାଷୀଙ୍କୁ ବିହନ, ସାର ଓ କୀଟନାଶକ ଯୋଗାଇ ଦେବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି । ସେହିପରି ସବୁ ଜିଲ୍ଲାର କୃଷି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ । […]

vlcsnapm

Rakesh Mallick
  • Published: Monday, 08 June 2015
  • , Updated: 08 June 2015, 10:59 AM IST

ଭୁବନେଶ୍ୱର:  ସମ୍ଭାବ୍ୟ ମରୁଡି ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ତୁରନ୍ତ ଆପାତ୍ତକାଳୀନ ଯୋଜନା ପ୍ରସ୍ତୁତ କରି  ରିପୋର୍ଟ ପଠାଇବାକୁ ଜିଲ୍ଲାପାଳ ମାନଙ୍କୁ ନର୍ଦ୍ଦେଶ ଦେଇଛନ୍ତି ସରକାର ।  ସୋମବାର କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଚାଷୀଙ୍କୁ ବିହନ, ସାର ଓ କୀଟନାଶକ ଯୋଗାଇ ଦେବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି । ସେହିପରି ସବୁ ଜିଲ୍ଲାର କୃଷି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ । କଣ୍ଟ୍ରୋଲ ରୁମ୍  ଗୁଡିକରେ ବୃଷ୍ଟିପାତ ଓ କ୍ରପ କଭରେଜର ସ୍ଥିତି ନେଇ ବିବରଣୀ ମଧ୍ୟ ଲେଖାଯିବ।  ଏହା ସହିତ ସମସ୍ତ କୃଷି ବିଭାଗର ସମସ୍ତ କର୍ମଚାରୀଙ୍କ ରଜଛୁଟି ବାତିଲ କରାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି।

Related story