ସମ୍ୱଲପୁର: ତବଲାକଟା ଗାଁରେ ମାଟି କାନ୍ଥ ଧସି ୨ ଶିଶୁ ମୃତ

ସମ୍ୱଲପୁର:  ସମ୍ୱଲପୁର ଜିଲ୍ଳା କୁଚିଣ୍ଡା ଥାନା ତବଲାକଟା ଗାଁରେ ମାଟି କାନ୍ଥ ଧସି ୨ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ସୋମବାର ସକାଳ ପ୍ରାୟ ୮ଟାବେଳେ ଦୁଇ ଶିଶୁ ତରଣୀ ପୃଷ୍ଠେ (୫) ଓ ରଞ୍ଜନ ସାହୁ(୮)ଖେଳୁଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଅଚାନକ ମାଟିକାନ୍ଥ ଧସି ପଡ଼ିଥିଲା। କାନ୍ଥଟି ଶିଶୁଙ୍କ ଉପରେ ପଡ଼ି ରହିଥିବା ବେଳେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଲୋକେ ଶିଶୁ ଦୁଇଜଣଙ୍କୁ କାନ୍ଥମାଟି ଭିତରୁ ବାହାର କରି କୁଚିଣ୍ଡା ଉପଖଣ୍ଡ ଡ଼ାକ୍ତରଖାନାକୁ […]

DSC_0228

Rakesh Mallick
  • Published: Monday, 03 August 2015
  • , Updated: 03 August 2015, 07:14 AM IST

ସମ୍ୱଲପୁର:  ସମ୍ୱଲପୁର ଜିଲ୍ଳା କୁଚିଣ୍ଡା ଥାନା ତବଲାକଟା ଗାଁରେ ମାଟି କାନ୍ଥ ଧସି ୨ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ସୋମବାର ସକାଳ ପ୍ରାୟ ୮ଟାବେଳେ ଦୁଇ ଶିଶୁ ତରଣୀ ପୃଷ୍ଠେ (୫) ଓ ରଞ୍ଜନ ସାହୁ(୮)ଖେଳୁଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଅଚାନକ ମାଟିକାନ୍ଥ ଧସି ପଡ଼ିଥିଲା। କାନ୍ଥଟି ଶିଶୁଙ୍କ ଉପରେ ପଡ଼ି ରହିଥିବା ବେଳେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଲୋକେ ଶିଶୁ ଦୁଇଜଣଙ୍କୁ କାନ୍ଥମାଟି ଭିତରୁ ବାହାର କରି କୁଚିଣ୍ଡା ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇଥିଲେ। ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।।

Related story