ସମ୍ୱଲପୁର: ଲେଡି ଲୁଇସ୍ ସ୍କୁଲରୁ  ନିଖୋଜ ୪ ଛାତ୍ରୀ ପୁନେରୁ ଉଦ୍ଧାର

ସମ୍ୱଲପୁର: ସମ୍ୱଲପୁର ଲେଡି ଲୁଇସ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନିଖୋଜ ୪ ଛାତ୍ରୀଙ୍କୁ ପୁନେରୁ ପୋଲିସ ଉଦ୍ଧାର କରିଛି। ସମସ୍ତ ୪ଜଣ ଛାତ୍ରଙ୍କୁ ସମ୍ୱଲପୁର ପୋଲିସ ଆଣୁଛି। ଆଜି ରାତି ସୁଦ୍ଧା ଏମାନଙ୍କୁ ନେଇ ସମ୍ୱଲପୁର ପୋଲିସ ପହଞ୍ଚିବ ବୋଲି ସମ୍ୱଲପୁର ଏସପି କହିଛନ୍ତି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏମାନେ ଏତେବାଟକୁ ଗଲେ ପୋଲିସ ଏନେଇ ସ୍ପଷ୍ଟ କରିନି। ଦଶମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀମାନେ ଗତ ଶନିବାରଠାରୁ ନିଖୋଜ ଥିଲେ। ଏ […]

sambulpur

Rakesh Mallick
  • Published: Thursday, 10 September 2015
  • , Updated: 10 September 2015, 01:49 PM IST

ସମ୍ୱଲପୁର: ସମ୍ୱଲପୁର ଲେଡି ଲୁଇସ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନିଖୋଜ ୪ ଛାତ୍ରୀଙ୍କୁ ପୁନେରୁ ପୋଲିସ ଉଦ୍ଧାର କରିଛି। ସମସ୍ତ ୪ଜଣ ଛାତ୍ରଙ୍କୁ ସମ୍ୱଲପୁର ପୋଲିସ ଆଣୁଛି। ଆଜି ରାତି ସୁଦ୍ଧା ଏମାନଙ୍କୁ ନେଇ ସମ୍ୱଲପୁର ପୋଲିସ ପହଞ୍ଚିବ ବୋଲି ସମ୍ୱଲପୁର ଏସପି କହିଛନ୍ତି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏମାନେ ଏତେବାଟକୁ ଗଲେ ପୋଲିସ ଏନେଇ ସ୍ପଷ୍ଟ କରିନି।

ଦଶମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀମାନେ ଗତ ଶନିବାରଠାରୁ ନିଖୋଜ ଥିଲେ। ଏ ସମ୍ପର୍କରେ ଅଭିଭାବକଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ୍ ଏକ ଅପହରଣ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

Related story