ସମ୍ୱଲପୁର ଶୀତଳଷଷ୍ଠୀ: ଆଜି ହର-ପାର୍ବତୀଙ୍କ ବାହାଘର

ସମ୍ୱଲପୁର: ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ୱଲପୁର ସହର ଉତ୍ସବ ମୁଖର ହୋଇପଡ଼ିଛି। ଆଜି ହର-ପାର୍ବତୀଙ୍କ ବାହାଘର। ସଂପୂର୍ଣ୍ଣ ଲୋକାଚାର ମତରେ ମହାଦେବଙ୍କ ହାତ ଧରିବେ ମା’ ପାର୍ବତୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାହାଘର ପୂର୍ବରୁ ଗତ ରାତିରେ ପାରମ୍ପରିକ ରୀତିନୀତିରେ ହନୁମାନ ନିଉତା ବା ଗୁଆଗୁଣ୍ଡା ସଂପନ୍ନ ହୋଇଛି। ହର-ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ଲାଗି  ବିଭିନ୍ନ ଦେବଦେବୀଙ୍କୁ ଗୁଆ ଦେଇ ହନୁମାନ ମହାପ୍ରଭୁ ନିମନ୍ତ୍ରଣ କରିଛନ୍ତି। ଏଥିପାଇଁ ସବୁ ଶିବାଳୟ ଗୁଡ଼ିକୁ  […]

sambulpur

Rakesh Mallick
  • Published: Thursday, 09 June 2016
  • , Updated: 09 June 2016, 09:18 AM IST

ସମ୍ୱଲପୁର: ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ୱଲପୁର ସହର ଉତ୍ସବ ମୁଖର ହୋଇପଡ଼ିଛି। ଆଜି ହର-ପାର୍ବତୀଙ୍କ ବାହାଘର। ସଂପୂର୍ଣ୍ଣ ଲୋକାଚାର ମତରେ ମହାଦେବଙ୍କ ହାତ ଧରିବେ ମା’ ପାର୍ବତୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାହାଘର ପୂର୍ବରୁ ଗତ ରାତିରେ ପାରମ୍ପରିକ ରୀତିନୀତିରେ ହନୁମାନ ନିଉତା ବା ଗୁଆଗୁଣ୍ଡା ସଂପନ୍ନ ହୋଇଛି। ହର-ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ଲାଗି  ବିଭିନ୍ନ ଦେବଦେବୀଙ୍କୁ ଗୁଆ ଦେଇ ହନୁମାନ ମହାପ୍ରଭୁ ନିମନ୍ତ୍ରଣ କରିଛନ୍ତି। ଏଥିପାଇଁ ସବୁ ଶିବାଳୟ ଗୁଡ଼ିକୁ  ରଙ୍ଗୀନ  ଆଲୋକମାଳରେ  ସଜ୍ଜା ଯାଇଥିଲା। ସହରର ଝାଡୁଆପଡ଼ା, ମୋଦିପଡ଼ା, ବଡ଼ବଜାର, ଠାକୁରପଡ଼ା, ବାଲିବନ୍ଧା, ମାନେଶ୍ୱର ଓ ବୁଢାରଜା ସମେତ ବିଭିନ୍ନ ଶିବାଳୟରୁ ନିଉତାରେ ବାହାରିଥିଲେ ହନୁମାନ। ପାରମ୍ପରିକ ବାଦ୍ୟ ସାଙ୍ଗକୁ ଘଣ୍ଟଘଣ୍ଟାରେ ସାରା ସହରରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ।

Related story