‘ଛୁଆଙ୍କୁ ଦେଉଛ ଫିମ୍ପିମରା ଛତୁଆ, ତୁମକୁ ଦେଲେ ନାକ ଟେକୁଛ’

ରେଢାଖୋଲ (ଓଡ଼ିଶା ରିପୋର୍ଟର):  ‘ଛୋଟ ଶିଶୁ ତଥା ଗର୍ଭବତୀଙ୍କୁ ପୋଷଣ ଯୋଗାଇବାକୁ ମାଗଣାରେ ଛତୁଆ, ବାଦାମ ଲଡ଼ୁ ବାଣ୍ଟୁଛ। ହେଲେ ସେହି ପୁଷ୍ଟିକର ଖାଦ୍ୟ ତୁମକୁ ଦେଲେ ନାକ ଟେକୁଛ। କାରଣ ଛତୁଆରେ ଫିମ୍ପି ଲାଗି ଯାଇଥିବା ବେଳେ ଲଡ଼ୁରୁ ବାହାରୁଛି ଦୁର୍ଗନ୍ଧ। ଯାହାକୁ ଦେଖି ତୁମେ ମୁହଁ ବୁଲାଇ ଦେଉଛ, ତାକୁ କିପରି ଛୋଟ ଛୋଟ ଶିଶୁ ଓ ଗର୍ଭବତୀ ଖାଇବେ । ଏପରି ଜିନିଷ ଖାଇ ସେମାନେ ମରିବେ ନା ବଞ୍ଚିବେ। ’ ସମ୍ବଲପୁର […]

pic

  • Published: Thursday, 17 November 2022
  • , Updated: 17 November 2022, 09:22 PM IST

ରେଢାଖୋଲ (ଓଡ଼ିଶା ରିପୋର୍ଟର):  ‘ଛୋଟ ଶିଶୁ ତଥା ଗର୍ଭବତୀଙ୍କୁ ପୋଷଣ ଯୋଗାଇବାକୁ ମାଗଣାରେ ଛତୁଆ, ବାଦାମ ଲଡ଼ୁ ବାଣ୍ଟୁଛ। ହେଲେ ସେହି ପୁଷ୍ଟିକର ଖାଦ୍ୟ ତୁମକୁ ଦେଲେ ନାକ ଟେକୁଛ। କାରଣ ଛତୁଆରେ ଫିମ୍ପି ଲାଗି ଯାଇଥିବା ବେଳେ ଲଡ଼ୁରୁ ବାହାରୁଛି ଦୁର୍ଗନ୍ଧ। ଯାହାକୁ ଦେଖି ତୁମେ ମୁହଁ ବୁଲାଇ ଦେଉଛ, ତାକୁ କିପରି ଛୋଟ ଛୋଟ ଶିଶୁ ଓ ଗର୍ଭବତୀ ଖାଇବେ । ଏପରି ଜିନିଷ ଖାଇ ସେମାନେ ମରିବେ ନା ବଞ୍ଚିବେ। ’ ସମ୍ବଲପୁର ଯୁଯୁମରା ବ୍ଲକ ସମ୍ମିଳନୀ କକ୍ଷରେ  ଏହିପରି ଫିମ୍ପିମରା ଛତୁଆ ଓ ବାଦାମ ଲଡ଼ୁ ଅଫିସରଙ୍କୁ ଖାଇବାକୁ ଦେଇ ସେମାନଙ୍କ ଉପରେ ବର୍ଷିଛନ୍ତି ସମିତିସଭ୍ୟ । ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ସମ୍ବଲପୁର ଯୁଯୁମରା ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ବୈଠକରେ ବିଡିଓ, ସିଡିପିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ସମିତି ସଭ୍ୟ ଜୟନ୍ତ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ନିମ୍ନମାନର ଛତୁଆ ଓ ଲଡ଼ୁ ପିଲା ତଥା ଗର୍ଭବତୀଙ୍କ  ଦିଆଯାଉଥିବା ନେଇ ଜୟନ୍ତ ପୂର୍ବରୁ ଅଭିଯୋଗ କରିଥିଲେ ବି ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏହାକୁ ନେଇ ବୈଠକରେ ସେ ତାତିଥିଲେ।

ନିଜ ସହ ଆଣିଥିବା ଏକ ଛତୁଆ ପ୍ୟାକେଟକୁ ସେ ବୈଠକରେ ସମସ୍ତ ଅଧିକାରୀଙ୍କ ସାମ୍ନାରେ ଖୋଲି ପାଣି ପକାଇ ଗୋଳାଇଥିଲେ। ଏହାପରେ ଉକ୍ତ ଛତୁଆକୁ  ସେ  ସମସ୍ତଙ୍କୁ ଖାଇବାକୁ ଦେଇଥିବା ବେଳେ ଅଫିସରମାନେ କିନ୍ତୁ ମୁହଁ ମୋଡି ଦେଇଥିଲେ।  ସେହିପରି ବାଦାମ ଲଡୁକୁ ମଧ୍ୟ ସେ ସମସ୍ତଙ୍କୁ ଦେଇଥିବା ବେଳେ କିଏ ବାଧ୍ୟରେ ଗୋଟିଏ ଧରିଲା ତ କିଏ ଡାଇବେଟିସ ବାହାନାରେ ଖସିଗଲା।  ଯେଉଁ ଫିମ୍ପିମରା ଲଡୁ ଓ ଦୁର୍ଗନ୍ଧ ବାହାରୁଥିବା ଛତୁଆକୁ ତୁମେ ଖାଇପାରୁନ ତାକୁ କୁନି କୁନି ପିଲା ତଥା ଗର୍ଭବତୀ କିପରି ଖାଇବେ ବୋଲି ସେ ପ୍ରଶ୍ନ କରିଥିଲେ।  ଏହାକୁ ଖାଇବାକୁ ଦେଇ ଆମେ ପିଲାକୁ ପୁଷ୍ଟିକର ଆହାର ଯୋଗାଇବା ନା ମରଣ ମୁହଁକୁ ଠେଲିବା ବୋଲି କହିଥିଲେ।

ଯୁଯୁମୁରା ବ୍ଲକ ,ଗରଗଡବାହାଲ ପଞ୍ଚାୟତର ହରପ୍ରିୟା ସ୍ୱୟଂସହାୟକ ଦଳ ଏହି ଛତୁଆ ଯୋଗଣ ଦାୟିତ୍ୱ ନେଇଥିବା ଜଣାଯାଇଛି। ପ୍ୟାକେଟରେ କୌଣସି ପ୍ୟାକିଙ୍ଗ ତାରିଖ ନ ରହିବା ସହ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହୋଇଥିବା ନେଇ ସମିତି ବୈଠକରେ ଦୁଇଦୁଇ ଥର ଅଭିଯୋଗ କରିଥିଲା। ଏପରି  ଭିଡିଓ ଭାଇରାଲ ହେବା ପରେ ସମସ୍ତେ ସମିତି ସଭ୍ୟଙ୍କ ପ୍ରଶଂସା କରିଥିବା ବେଳେ ଏହି ଘଟଣାକୁ ନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି  ।

Related story