ନବରଙ୍ଗପୁର (ନବଘନ ବିଷୋୟୀ): ଜାତି ପ୍ରମାଣପତ୍ରକୁ ଇନ୍ଭାଲିଡ୍ ଦର୍ଶାଇ ବ୍ଲକ ନିର୍ବାଚନ ଅଧିକାରୀ ପ୍ରାର୍ଥିପତ୍ର ନାକଚ କରି ଦେବା ପରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ନମିତା ସାଗରିଆ। ସେ କାମତା ପଞ୍ଚୟାତରୁ ସମିତି ସଭ୍ୟ ହେବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।
ନମିତା କହିଛନ୍ତି ଯେ ସେ ଗତ ୨୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏଥିପାଁ ଆବଶ୍ୟକ ସମସ୍ତ ତଥ୍ୟ ଓ କାଗଜପତ୍ର ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ଏପରିକି ତାଙ୍କୁ ତେନ୍ତୁଳିଖୁଣ୍ଟି ତହସିଲଦାର ଦେଇଥିବା ଜାତି ପ୍ରମାଣପତ୍ର ବି ଦାଖଲ କରିଥିଲେ। କିନ୍ତୁ ବ୍ଳକ୍ ନିର୍ବାଚନ ଅଧିକାରୀ ଉକ୍ତ ଜାତି ପ୍ରମାଣପତ୍ରକୁ ଇନ୍ଭାଲିଡ୍ କହି ପ୍ରାର୍ଥିପତ୍ର ନାକଚ କରି ଦେଇଥିଲେ। ତେନ୍ତୁଳିଖୁଣ୍ଟି ବିଡିଓ ଓ ତହସିଲଦାର ବିରୋଧୀଙ୍କ ସହ ମିଶି ତାଙ୍କ ବିରୋଧରେ ଚକ୍ରାନ୍ତ କରି ପ୍ରାର୍ଥିପତ୍ର ନାକଚ କରିଥିବା ସେ ଅଭିଯୋଗ କରିଛନ୍ତି।
ତିନି ମାସର ଗର୍ଭବତୀ ଥିବା ନମିତା ଗତକାଲି ରାତିରୁ ବ୍ଳକ୍ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି। ତାଙ୍କ ସହିତ ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ବିଡିଓ ଦୁର୍ଯ୍ୟୋଧନ ଭୋଇ କହିଛନ୍ତି ଯେ ଉଦ୍ଦେଶ୍ୟମୂଳକ ଭାବେ ନମିତା ସାଗରିଆଙ୍କ ପ୍ରାର୍ଥିପତ୍ର ନାକଚ କରାଯାଇ ନାହିଁ।
ନବରଙ୍ଗପୁର: ପ୍ରାର୍ଥିପତ୍ର ନାକଚ ହେବାରୁ ତେନ୍ତୁଳିଖୁଣ୍ଟି ବ୍ଳକ୍ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ନମିତା ସଗରିଆ, ଜାତିଗତ ପ୍ରମାଣପତ୍ରକୁ ଇନ୍ଭାଲିଡ୍ ଦର୍ଶାଇ ପ୍ରାର୍ଥିପତ୍ର ନାକଚ କରାଯିବା ପରେ ଧାରଣାରେ ବସିଲେ, ତେନ୍ତୁଳିଖୁଣ୍ଟି କାମତା ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ #Odisha pic.twitter.com/6Armwt7dxf
— Odisha Reporter (@OdishaReporter) January 23, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।