୭ ଘଣ୍ଟା ପରେ ଇଡି ଅଫିସରୁ ବାହାରିଲେ ସନାତନ, କହିଲେ ଏମିତି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚମ୍ପୁଆ ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ମାରାଥନ ଜେରା। ବେଆଇନ ଲୁହାପଥର ଖଣି ଲିଙ୍କରେ ତାଙ୍କୁ ଇଡି ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ସନା କହିଛନ୍ତି,“କିଛି ଜେରା ହୋଇନି। କେବଳ କାଗଜପତ୍ର ଦେଖାଇଲି।” ଶାହା କମିଶନଙ୍କ ମାଇନିଂ ସ୍କାମ୍ ରିପୋର୍ଟ ଆଧାରରେ ଇଡି ମାଇନିଂ ସ୍କାମ୍‌ ତଦନ୍ତ କରୁଥିବା ବେଳେ ସନାତନଙ୍କ ଟ୍ରାନ୍ସପୋର୍ଟ ‘ମାଆ କୁଆଁରୀ ଟ୍ରାନ୍ସପୋର୍ଟ ଏଜେନସି’ ଏକାଧିକ ସଂସ୍ଥା […]

Sanatan-Mahakud 1

Rakesh Mallick
  • Published: Thursday, 28 June 2018
  • , Updated: 28 June 2018, 09:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚମ୍ପୁଆ ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ଇଡି) ମାରାଥନ ଜେରା। ବେଆଇନ ଲୁହାପଥର ଖଣି ଲିଙ୍କରେ ତାଙ୍କୁ ଇଡି ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି। ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ସନା କହିଛନ୍ତି,“କିଛି ଜେରା ହୋଇନି। କେବଳ କାଗଜପତ୍ର ଦେଖାଇଲି।”

ଶାହା କମିଶନଙ୍କ ମାଇନିଂ ସ୍କାମ୍ ରିପୋର୍ଟ ଆଧାରରେ ଇଡି ମାଇନିଂ ସ୍କାମ୍‌ ତଦନ୍ତ କରୁଥିବା ବେଳେ ସନାତନଙ୍କ ଟ୍ରାନ୍ସପୋର୍ଟ ‘ମାଆ କୁଆଁରୀ ଟ୍ରାନ୍ସପୋର୍ଟ ଏଜେନସି’ ଏକାଧିକ ସଂସ୍ଥା ପାଇଁ ଲୁହାପଥର ପରିବହନ କରୁଥିଲା। ଏ ସମ୍ପର୍କରେ ଜାଣିବା ପାଇଁ ତାଙ୍କୁ ଡକାଯାଇଛି। ଏନେଇ ଇଡି ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆଇନ ବଳରେ ମାମଲା ରୁଜୁ କରିଛି। ୨୦୧୫ ଜୁଲାଇ ୯ ତାରିଖରେ ଇଡି ମାଇନିଂ ସ୍କାମ୍ ଲିଙ୍କରେ ବିଭିନ୍ନ ଖଣି କମ୍ପାନୀ ସହ ଟ୍ରାନପୋର୍ଟ ଏଜେନ୍ସି ମାଆ କୁଆଁରୀ ଉପରେ ଚଢାଉ କରି  ମାମଲା କରିଥିଲା।

Related story