ଜଗା-କାଳିଆଙ୍କ ଆଶୁ ଆରୋଗ୍ୟ କାମନା କଲେ ବାଲୁକା ଶିଳ୍ପୀ ସୁଦର୍ଶନ

Ordigital Desk
  • Published: Monday, 04 September 2017
  • , Updated: 04 September 2017, 12:21 PM IST
<p>ପୁରୀ: ଜଗା-କାଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ&nbsp; ପୁରୀ ବେଳାଭୂମିରେ ବାଲୁକାକଳା ତିଆରି କରିଛନ୍ତି। ସେମାନଙ୍କ ଅପରେସନ ସଫଳ ହେଉ ବୋଲି କଳା ମାଧ୍ୟମରେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସୁଦର୍ଶନ।</p> <p>ସୁଦର୍ଶନ ପଟ୍ଟନାୟକ କହିଛନ୍ତି,&ldquo;କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆ ସୁସ୍ଥ ହୋଇଯାଆନ୍ତୁ। ବାଲୁକା ମାଧ୍ୟମରେ ଜଗନ୍ନାଥଙ୍କ ପାଖରେ ଏହି ପ୍ରାର୍ଥନା କରୁଛୁ। ଜଗାକାଳିଆଙ୍କ ଅପରେସନ ପାଇଁ ରାଜ୍ୟସରକାର ସାହାଯ୍ୟର ହାତ ବଢ଼ାଇଥିବାରୁ ଧନ୍ୟବାଦ ଜଣାଉଛି। ରାଜ୍ୟବାସୀଙ୍କ ଆର୍ଶୀବାଦ ଜଗାକାଳିଆଙ୍କ ଉପରେ ରହିଛି। ସେମାନେ ଶୀଘ୍ର ସୁସ୍ଥ ହୋଇ ଫେରିଆସିବେ।&rdquo;</p> <p>&amp;nbsp;</p>

Related story