ବାଲୁକା କଳା ମାଧ୍ୟମରେ ନିଶାଠାରୁ ଦୂରରେ ରହିବାକୁ ସଚେତନତା

Ordigital Desk
  • Published: Sunday, 04 February 2018
  • , Updated: 04 February 2018, 02:45 PM IST
<p>ପୁରୀ: ଆଜି ବିଶ୍ୱ କ୍ୟାନସର ଦିବସ।&nbsp; ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ମାନସ କୁମାର ସାହୁ ୧୦ଫୁଟ ଉଚ୍ଚତାର ବାଲୁକା କଳା ନିର୍ମାଣ କରିଛନ୍ତି। ତମାଖୁର ବ୍ୟବହାର ଦ୍ୱାରା କ୍ୟାନସର ବ୍ୟାପିବା, ନିଶାଦ୍ରବ୍ୟକୁ ବର୍ଜନ କଲେ ଏଥିରୁ ମୁକ୍ତି ପାଇବା ଏଭଳି ସଚେତନତା ବାର୍ତ୍ତା ସେ ଦେଇଛନ୍ତି। &nbsp;ନିଜର ଇଚ୍ଛା ଶକ୍ତି ଦ୍ୱାରା ନିଶାଦ୍ରବ୍ୟ ତ୍ୟାଗ କରି&nbsp; ସୁନ୍ଦର ସ୍ୱାସ୍ଥ୍ୟବାନ ଜୀବନ ଅତିବାହିତ କରିପାରିବେ ବୋଲି ନିଜ ବାଲୁକା କଳା ମାଧ୍ୟମରେ ମାନସ ସାହୁ ନିଖୁଣ ଭାବେ ଦର୍ଶାଇଛନ୍ତି।</p>

Related story