ଖେଳୁଛନ୍ତି ଅଫିସର! ୧୮ ବର୍ଷ ହେଲା କ୍ଷତିପୂରଣ ପାଇଁ ଦୌଡୁଛନ୍ତି ସଂଯୁକ୍ତା

ପୁରୀ (ଓଡ଼ିଶା ରିପୋର୍ଟର): ଦୋଷ କଲା ଆମ୍ୱୁଲାନ୍ସ ଚାଳକ! ଦଣ୍ଡ ପାଇଲେ ରୋଗୀ ଓ ତାଙ୍କ ପରିବାର। ୧୮ ବର୍ଷ ତଳେ ଘଟିଥିବା ଏକ ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇଥିବା ସଂଯୁକ୍ତା ମହାନ୍ତି ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି କ୍ଷତିପୂରଣ। ଏ ଅଫିସ୍‌, ସେ ଅଫିସ୍‌ ଦୌଡ଼ି ନୟାନ୍ତ ହେଲେଣି। ଆଜି ସେ ପୁରୀ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି। କ୍ଷତିପୂରଣ ଶୀଘ୍ର ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।   ସାକ୍ଷୀଗୋପାଳ ହାଟସାହିର ପର୍ଶୁରାମ ମହାନ୍ତି। କଟକ ଅବକାରୀ […]

Puri

Puri

Manoranjan Sial
  • Published: Tuesday, 15 February 2022
  • Updated: 15 February 2022, 07:06 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଦୋଷ କଲା ଆମ୍ୱୁଲାନ୍ସ ଚାଳକ! ଦଣ୍ଡ ପାଇଲେ ରୋଗୀ ଓ ତାଙ୍କ ପରିବାର। ୧୮ ବର୍ଷ ତଳେ ଘଟିଥିବା ଏକ ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇଥିବା ସଂଯୁକ୍ତା ମହାନ୍ତି ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି କ୍ଷତିପୂରଣ। ଏ ଅଫିସ୍‌, ସେ ଅଫିସ୍‌ ଦୌଡ଼ି ନୟାନ୍ତ ହେଲେଣି। ଆଜି ସେ ପୁରୀ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି। କ୍ଷତିପୂରଣ ଶୀଘ୍ର ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।  

ସାକ୍ଷୀଗୋପାଳ ହାଟସାହିର ପର୍ଶୁରାମ ମହାନ୍ତି। କଟକ ଅବକାରୀ ବିଭାଗରେ ଚାକିରି କରୁଥିଲେ। ୨୦୦୪ ମସିହାରେ ଛୁଟିରେ ଘରକୁ ଆସିଥିଲେ। ଘର କାମ କରୁଥିଲେ। ଏହି ସମୟରେ କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡ଼ିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ୧୫ ଦିନ ରହିଲେ। ହେଲେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଲା ନାହିଁ। ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଉଥିଲା। ତେବେ ନଖରା ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାର ଶିକାର ହେଲା। ଆମ୍ୱୁଲାନ୍ସ ଚାଳକଙ୍କ ଅସାବଧାନତା ଯୋଗୁ ଘଟିଥିବା ଦୁର୍ଘଟଣାରେ ପର୍ଶୁରାମଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

ପର୍ଶୁରାମଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ମିଳିଲା ନାହିଁ ଦୁର୍ଘଟଣାଜନିତ କ୍ଷତିପୂରଣ। ଆମ୍ବୁଲାନ୍ସର କାଗଜପତ୍ର ଠିକ୍‌ ନଥିବାରୁ ସେମାନଙ୍କୁ କ୍ଷତିପୂରଣ ମିଳି ନଥିଲା। ଏନେଇ ମାମଲା ଥାନାକୁ ଯାଇଥିଲା। ପରେ ମାମଲା କୋର୍ଟରେ ପହଞ୍ଚିଥିଲା। ୨୦୧୨ ମସିହାରେ କୋର୍ଟ ମାମଲାକୁ ବିଚାର କରି ଦୁର୍ଘଟଣାଜନିତ କ୍ଷତିପୂରଣ ବାବଦକୁ ୯,୭୭,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଧାରିତ ସମୟରେ ଟଙ୍କା ନଦେଲେ ପରବର୍ତ୍ତୀ ସମୟରେ ୭ % ସୁଧରେ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମଧ୍ୟ ପର୍ଶୁରାମଙ୍କ ପରିବାର ଲୋକଙ୍କୁ ମିଳିଲା ନାହିଁ କ୍ଷତିପୂରଣ।

ସେପଟେ ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଚଳାଇବାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ସଂଯୁକ୍ତା ମହାନ୍ତି। ଏ ଅଫିସ୍‌ ସେ ଅଫିସ୍‌ ଦୌଡ଼ି ନୟାନ୍ତ ହେଲେ। ହେଲେ ତାଙ୍କ ଗୁହାରୀ କେହି ଶୁଣିଲେନାହିଁ। ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଜମିବାଡ଼ି ବିକ୍ରି କରି ପରିବାର ଚଳାଇଥିଲେ। ଏବେ ତାଙ୍କ ପାଖରେ ଆଉ କିଛି ସମ୍ୱଳ ନାହିଁ। ପରିବାର କେମିତି ଚଳାଇବେ? ସେହି ଚିନ୍ତାରେ ଖାଲି କାନ୍ଦୁଛନ୍ତି।

ଦୁର୍ଘଟଣାଜନିତ କ୍ଷତିପୂରଣ ପାଇବା ପାଇଁ ଆଜି ସଂଯୁକ୍ତା ମହାନ୍ତି ପୁରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ହସ୍ତକ୍ଷେପ କରି କ୍ଷତିପୂରଣ ଦେବାକୁ ଦାବି କରିଥିଲେ। କ୍ଷତିପୂରଣ ମିଳିବ ବୋଲି ଜିଲ୍ଲାପାଳ ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି, ୨୦୦୪ ମସିହାର ପୁରୁଣା ଘଟଣା। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କୁ ଘଟଣାର ସମାଧାନ କରିବା ଦାୟିତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story