୬ ସହଯୋଗୀଙ୍କ ସହ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ କରିବେ ଶଙ୍କରାଚାର୍ଯ୍ୟ

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରଥଯାତ୍ରାରେ ରଥକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଆଜି ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି- “ରଥକୁ ଯିବା ଲାଗି ତାଙ୍କୁ ନିମନ୍ତ୍ରଣ ଆସିଛି। ୬ ସହଯୋଗୀଙ୍କ ସହ ରଥକୁ ଯିବି।” ସେହିଭଳି ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପରାମର୍ଶ ଦେଇଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି। ସେ ଆହୁରି କହିଛନ୍ତି- “ଶ୍ରୀମନ୍ଦିର ଶୋଧନର ଆବଶକତା ରହିଥିବା ଓ ସେବାୟତ […]

sankarachaya

Rakesh Mallick
  • Published: Friday, 13 July 2018
  • , Updated: 13 July 2018, 10:01 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରଥଯାତ୍ରାରେ ରଥକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଆଜି ରାଜ୍ୟପାଳଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଶଙ୍କରାଚାର୍ଯ୍ୟ।

ସେ କହିଛନ୍ତି- “ରଥକୁ ଯିବା ଲାଗି ତାଙ୍କୁ ନିମନ୍ତ୍ରଣ ଆସିଛି। ୬ ସହଯୋଗୀଙ୍କ ସହ ରଥକୁ ଯିବି।” ସେହିଭଳି ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପରାମର୍ଶ ଦେଇଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି।

ସେ ଆହୁରି କହିଛନ୍ତି- “ଶ୍ରୀମନ୍ଦିର ଶୋଧନର ଆବଶକତା ରହିଥିବା ଓ ସେବାୟତ ପିଲାଙ୍କୁ ଶିକ୍ଷା ପାଇଁ ପୁରୀ ଆଖପାଖରେ ଏକ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଆଇନ ମନ୍ତ୍ରୀଙ୍କୁ ଜଣାଇଛି।”

Related story