‘ରଶ୍ମିରେଖାକୁ ଝୁରି ହେଉଥିଲା ପୁଅ, କହୁଥିଲା ସେ ମୋତେ ଡାକୁଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ରଶ୍ମିରେଖା ମୃତ୍ୟୁ ପରେ ଖୁବ୍‌ ବ୍ୟସ୍ତବିବ୍ରତ ରହୁଥିଲା ମୋ’ ପୁଅ। ତାକୁ ବହୁତ ବୁଝାଇ ଶୁଝାଇ ପାଖେପାଖେ ରଖିଥିଲି। ମାତ୍ର ପାରିଲିନି। ମୋ’ ଆଖି ଆଗରେ ହିଁ ସେ କବାଟ ବନ୍ଦ କରି ଫ୍ୟାନ୍‌ରେ ଝୁଲି ପଡ଼ିଲା। ମୋ’  ଆଖି ଆଗରେ ମୋ ପୁଅ ଚାଲିଗଲା। ମୁଁ କିଛି କରି ପାରିଲିନି।’ ରଶ୍ମିରେଖାଙ୍କ ଆତ୍ମହତ୍ୟା ପରେ ସବୁବେଳେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ସନ୍ତୋଷ ପାତ୍ର ଶେଷରେ ଏପରି ପଦକ୍ଷେପ ନେଇଥିବା କୋହ ଭରା […]

rkl

Niharika Rout
  • Published: Wednesday, 06 July 2022
  • , Updated: 06 July 2022, 05:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ରଶ୍ମିରେଖା ମୃତ୍ୟୁ ପରେ ଖୁବ୍‌ ବ୍ୟସ୍ତବିବ୍ରତ ରହୁଥିଲା ମୋ’ ପୁଅ। ତାକୁ ବହୁତ ବୁଝାଇ ଶୁଝାଇ ପାଖେପାଖେ ରଖିଥିଲି। ମାତ୍ର ପାରିଲିନି। ମୋ’ ଆଖି ଆଗରେ ହିଁ ସେ କବାଟ ବନ୍ଦ କରି ଫ୍ୟାନ୍‌ରେ ଝୁଲି ପଡ଼ିଲା। ମୋ’  ଆଖି ଆଗରେ ମୋ ପୁଅ ଚାଲିଗଲା। ମୁଁ କିଛି କରି ପାରିଲିନି।’ ରଶ୍ମିରେଖାଙ୍କ ଆତ୍ମହତ୍ୟା ପରେ ସବୁବେଳେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ସନ୍ତୋଷ ପାତ୍ର ଶେଷରେ ଏପରି ପଦକ୍ଷେପ ନେଇଥିବା କୋହ ଭରା କଣ୍ଠରେ କହିଛନ୍ତି ତାଙ୍କ ମା’।

ପୁଅର ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ତାଙ୍କ ମା’ ବଖାଣିଛନ୍ତି ପୂରା କାହାଣୀ। ରଶ୍ମିରେଖା ମୃତ୍ୟୁ ପୂର୍ବରୁ ସବୁ ସ୍ୱାଭାବିକ ଥିବା ବେଳେ ତା’ ମୃତ୍ୟୁ ପରେ ପୁଅ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ସେ ଭୁବନେଶ୍ୱରରେ ଲିଭ- ଇନ୍‌ରେ ରହୁଥିବା ସମ୍ପର୍କରେ ଆମେ କିଛି ଜାଣି ନ ଥିଲୁ। ଟିଭିରେ ଦେଖିବା ପରେ ଘଟଣା ସମ୍ପର୍କରେ ଜାଣିଲୁ। ଏହାପରେ ପୁଅ ଆମକୁ ଫୋନ୍‌ କରି ସବୁ କଥା କହିଲା।

ପୁଅର ମାନସିକ ସ୍ଥିତି ଭଲ ନ ଥିବାରୁ ତାକୁ ସଙ୍ଗେ ସଙ୍ଗେ ଘରକୁ ଆଣି ନ ଥିଲୁ। ସେ ବାଦାମବାଡ଼ି ପୁଲିସ୍‌ ଷ୍ଟେସନରେ ଥିଲା। ଆମେ ସେଠାକୁ ଯାଇ ତାକୁ ଆଣିଥିଲୁ। ଘରେ ବି ଏ ବିଷୟରେ ତା’ ସହ କିଛି କଥା ହେଉ ନ ଥିଲୁ। ତାକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ବହୁ ଚେଷ୍ଟା କରିଥିଲୁ। ତା’ ପାଖେପାଖେ ଛାଇ ପରି ରାତି ରାତି ମୁଁ ଉଜାଗର ରହୁଥିଲି। ହେଲେ ସେ ସବୁବେଳେ ତାକୁ ଝୁରି ହେଉଥିଲା ବୋଲି କହିଛନ୍ତି ସନ୍ତୋଷଙ୍କ ମା’।

‘ମୁଁ ତା’ ବିନା ବଞ୍ଚିପାରିବିନି। ସେ ମୋତେ ଡାକୁଛି। ମୁଁ ଚାଲିଯିବି’ ବୋଲି ସବୁବେଳେ କହୁଥିଲା। ଏପରିକି ମୋତେ ଏକା ଛାଡ଼, ମୁଁ ମରିବାକୁ ଚାହୁଁଛି ବୋଲି କହୁଥିଲା। ମୁଁ ତା’ ବିନା ବଞ୍ଚିପାରୁନି, ଅଥଚ ତୁମେ ମୋତେ ମରିବାକୁ ଦେଉନ ବୋଲି ସନ୍ତୋଷ ସବୁବେଳେ କହୁଥିବା କହିଛନ୍ତି ତାଙ୍କ ମା’ ।

ସନ୍ତୋଷଙ୍କ ହାବଭାବ ମାସେ ହେବ ଏପରି ରହୁଥିବା ବେଳେ ଗତକାଲି ରାତିରେ ବି ସମାନ ଥିଲା । ଗତକାଲି ସେ ବଜାରରୁ ଆସିଥିବା ଚାଓମିନ୍‌ ଓ ମଞ୍ଚୁରିଆନ୍‌ ଖାଇଥିଲା। ଏପରିକି ସେ ମୋ ସହ ମ୍ୟାଗି ମଧ୍ୟ ଖାଇଥିଲା ବୋଲି କହିଛନ୍ତି ତାଙ୍କ ମା’।
https://youtu.be/DkrTs0Rsemw

ହେଲେ ହଠାତ୍‌ କ’ଣ ହେଲା କେଜାଣି ଆମେ କିଛି ବି ଜାଣିପାରିଲୁ ନାହିଁ। ହଠାତ୍‌ ତା’ ବାପାକୁ ଧକ୍କା ମାରି କବାଟ ବନ୍ଦ କରି ଦେଲା। ମୁଁ ଝରକା ବାଟେ ଦେଖିଲା ବେଳକୁ ମୋ ପୁଅ ଆଉ ନାହିଁ। ମାତ୍ର କିଛି ସମୟ ମଧ୍ୟରେ ସେ ଆତ୍ମହତ୍ୟା କରିଦେଲା। ମୋ ପୁଅର ମୃତ୍ୟୁ ପାଇଁ ମୁଁ କାହାକୁ ଦାୟୀ କରୁନି ବୋଲି କାନ୍ଦି କାନ୍ଦି କହିଛନ୍ତି ତାଙ୍କ ମା’।

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁର କିଛିଦିନ ପରେ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ଗତକାଲି ରାତିରେ ଆତ୍ମହତ୍ୟା କରିଛନ୍ତି। ସନ୍ତୋଷ ପରିବାର ଲୋକଙ୍କ ସହ ରାଉରକେଲା ବାସନ୍ତୀ କଲୋନୀରେ ରହୁଥିବା ବେଳେ ଗତକାଲି ରାତିରେ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସନ୍ତୋଷ ରାଉରକେଲାରେ ତାଙ୍କ ବାପା ମା’ଙ୍କ ସହ ରହୁଥିଲେ। ଖବର ପାଇ ଉଦିତନଗର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଉଭୟ ରଶ୍ମିରେଖା ଓ ସନ୍ତୋଷ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ  ଲିଭ-ଇନ୍‌ରେ ରହୁଥିବା ବେଳେ ଗତ ୧୭ ତାରିଖରେ ରଶ୍ମିରେଖା ଆତ୍ମହତ୍ୟା କରିଥିଲେ। ଏହାପରେ ସନ୍ତୋଷଙ୍କ ପତ୍ତା ମିଳୁ ନ ଥିବା ବେଳେ ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ଗତ ୨୪ ତାରିଖରେ ନୟାପଲ୍ଲୀ ଥାନାରେ ହାଜର ହୋଇଥିଲେ। ସେଠାରେ ଜେରା ବେଳେ ଦୁହେଁ ମନ୍ଦିରରେ ବିବାହ କରି ପତିପତ୍ନୀ ପରି ରହୁଥିବା ସ୍ୱୀକାର କରିଥିଲେ ସନ୍ତୋଷ। ହେଲେ ରଶ୍ମିରେଖାଙ୍କ ମୃତ୍ୟୁର କାରଣ କହି ପାରିବେନି ବୋଲି କହିଥିଲେ। ଏହାପରଠୁ ମାନସିକ ଚାପରେ ରହୁଥିଲେ ସନ୍ତୋଷ।

https://youtu.be/fUBb2EUySpY

Related story