ଲଘୁଚାପ ବର୍ଷାରେ ଭିଜୁଛି ସାରା ରାଜ୍ୟ

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରୁ ଓଡ଼ିଶା ଓ ୱେଷ୍ଟ୍‌ ବେଙ୍ଗଲ୍‌ ଉପକୂଳରେ ଲଘୁଚାପ ରହିଛି। ସେହିପରି ରାଜସ୍ଥାନରୁ ପୂର୍ବ କେନ୍ଦ୍ରୀୟ  ବଙ୍ଗୋପସାର ପର୍ଯ୍ୟନ୍ତ ମନ୍‌ସୁନ୍‌ ଟ୍ରପ୍‌ ଲାଇନ୍‌ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦୁଇ ଦିନ ପର୍ଯ୍ୟନ୍ତ ଏପରି ପାଗ  ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ […]

rain

Rakesh Mallick
  • Published: Sunday, 03 July 2016
  • , Updated: 03 July 2016, 12:03 PM IST

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରୁ ଓଡ଼ିଶା ଓ ୱେଷ୍ଟ୍‌ ବେଙ୍ଗଲ୍‌ ଉପକୂଳରେ ଲଘୁଚାପ ରହିଛି। ସେହିପରି ରାଜସ୍ଥାନରୁ ପୂର୍ବ କେନ୍ଦ୍ରୀୟ  ବଙ୍ଗୋପସାର ପର୍ଯ୍ୟନ୍ତ ମନ୍‌ସୁନ୍‌ ଟ୍ରପ୍‌ ଲାଇନ୍‌ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦୁଇ ଦିନ ପର୍ଯ୍ୟନ୍ତ ଏପରି ପାଗ  ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଜି ଭୁବନେଶ୍ୱରରେ ସର୍ବାଧିକ ୫୫.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ୪୧ ମିଲିମିଟର, ପାରାଦୀପରେ ୪୩.୫ ମିଲିମିଟର ଓ ପୁରୀରେ ୩୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

 

Related story