ସରକାରୀ ଖର୍ଚ୍ଚରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନ ପ୍ରଚାର କରୁଛନ୍ତି: ପ୍ରସାଦ

ସୁନ୍ଦରଗଡ଼: ସରକାରୀ ଖର୍ଚ୍ଚ ଓ ସରକାରୀ କର୍ମଚାରୀଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ନିର୍ବାଚନ ଲାଗି ବିଭିନ୍ନ ସ୍ଥାନରେ ସଭା କରୁଛନ୍ତି। ଏପରି ଅଭିଯୋଗ ଆଜି ସୁନ୍ଦରଗଡ଼ ଗସ୍ତରେ ଯାଇଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନ କରିଛନ୍ତି। ଏହାସହ ସୁନ୍ଦରଗଡ଼ ସଭାରେ ମହିଳାଙ୍କ ଓଢ଼ଣି କଢାଯିବା ଘଟଣାରେ ଦୋଷୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ କହିଛନ୍ତି। ଆଜି ପ୍ରସାଦ ବଣାଇଗଡ଼ ଗସ୍ତ କରି କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ। ପଞ୍ଚାୟତ ନିର୍ବାଚନ ଲାଗି ଦଳର […]

congress

Rakesh Mallick
  • Published: Thursday, 08 December 2016
  • , Updated: 08 December 2016, 09:10 PM IST

ସୁନ୍ଦରଗଡ଼: ସରକାରୀ ଖର୍ଚ୍ଚ ଓ ସରକାରୀ କର୍ମଚାରୀଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ନିର୍ବାଚନ ଲାଗି ବିଭିନ୍ନ ସ୍ଥାନରେ ସଭା କରୁଛନ୍ତି। ଏପରି ଅଭିଯୋଗ ଆଜି ସୁନ୍ଦରଗଡ଼ ଗସ୍ତରେ ଯାଇଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନ କରିଛନ୍ତି। ଏହାସହ ସୁନ୍ଦରଗଡ଼ ସଭାରେ ମହିଳାଙ୍କ ଓଢ଼ଣି କଢାଯିବା ଘଟଣାରେ ଦୋଷୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ କହିଛନ୍ତି।

ଆଜି ପ୍ରସାଦ ବଣାଇଗଡ଼ ଗସ୍ତ କରି କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ। ପଞ୍ଚାୟତ ନିର୍ବାଚନ ଲାଗି ଦଳର ପ୍ରସ୍ତୁତି ନେଇ ଏହିସମ୍ମିଳନୀ ଆୟୋଜନ କରାଯାଇଥିଲା।

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ସମ୍ମିଳନୀରେ ଯୋଗଦେଇ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଆଗାମୀ ଦିନରେ ଓଢ଼ଣି କଢ଼ା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିରୋଧ କରାଯିବ ବୋଲି ସେ କହିଛନ୍ତି।

Related story