୩ରୁ ଖୋଲିବ ମା’ ଶାରଳା ମନ୍ଦିର, ଜାଣନ୍ତୁ, କିଏ ଦେଖାଇବ କୋଭିଡ ନେଗେଟିଭ୍ ରିପୋର୍ଟ

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଆସନ୍ତା ୩ ତାରିଖରେ ଖୋଲିବ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ଏବଂ ପ୍ରସିଦ୍ଧ ଗୋରଖନାଥ ମନ୍ଦିର । ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ବୈଠକରେ ଏହି ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ସମସ୍ତ ବିଷୟରେ ଅନୁଧ୍ୟାନ ପରେ କୋଭିଡ୍ ଗାଇଡଲାଇନ୍‌ ଅନୁଯାୟୀ, ଜାନୁୟାରୀ ୩ରୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ୫ଶହ ଶ୍ରଦ୍ଧାଳୁଙ୍କୁ ଦର୍ଶନ […]

Sarala Temple

Niharika Rout
  • Published: Tuesday, 22 December 2020
  • , Updated: 22 December 2020, 08:01 AM IST

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଆସନ୍ତା ୩ ତାରିଖରେ ଖୋଲିବ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ଏବଂ ପ୍ରସିଦ୍ଧ ଗୋରଖନାଥ ମନ୍ଦିର । ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ବୈଠକରେ ଏହି ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ସମସ୍ତ ବିଷୟରେ ଅନୁଧ୍ୟାନ ପରେ କୋଭିଡ୍ ଗାଇଡଲାଇନ୍‌ ଅନୁଯାୟୀ, ଜାନୁୟାରୀ ୩ରୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି ।

ପ୍ରତ୍ୟେକ ଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ୫ଶହ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ୬୫ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଦର୍ଶନ ବାରଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ସେହିପରି ସମ୍ଭାବ୍ୟ ଭିଡ଼କୁ ଦେଖି ଆସନ୍ତା ମକର ସଂକ୍ରାନ୍ତିରେ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଅନ୍ୟପକ୍ଷରେ ବାହାର ଜିଲ୍ଲାର ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ଏସବୁ ମନ୍ଦିର ବନ୍ଦ ରହିଥିଲା ।

Related story