ଶାରଳା ପୀଠରେ ତୁଟୁନି ସେବାୟତଙ୍କ ବିବାଦ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ମନ୍ଦିରରେ ହୁଣ୍ଡି ବିବାଦ ଥମିବାର ନାଁ ଧରୁନାହିଁ। ହୁଣ୍ଡିରୁ ଆଦାୟ ହେଉଥିବା ଅର୍ଥକୁ ନେଇ ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ପୂର୍ବରୁ ମା’ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ମିଳୁଥିବା ଅର୍ଥର ୨୫ ଭାଗ ପଣ୍ଡା ଓ ରାଉଳ ସେବାୟତମାନଙ୍କୁ ପ୍ରଦାନ କରାଯାଉଥିଲା। କିନ୍ତୁ ଏବେ ମିଳୁନାହିଁ। ଯାହାକୁ ନେଇ ପଣ୍ଡା ଓ ରାଉଳ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦେବୋତ୍ତର […]

sarala

Manoranjan Sial
  • Published: Saturday, 22 February 2020
  • , Updated: 22 February 2020, 05:48 PM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ମନ୍ଦିରରେ ହୁଣ୍ଡି ବିବାଦ ଥମିବାର ନାଁ ଧରୁନାହିଁ। ହୁଣ୍ଡିରୁ ଆଦାୟ ହେଉଥିବା ଅର୍ଥକୁ ନେଇ ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି।

ପୂର୍ବରୁ ମା’ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ମିଳୁଥିବା ଅର୍ଥର ୨୫ ଭାଗ ପଣ୍ଡା ଓ ରାଉଳ ସେବାୟତମାନଙ୍କୁ ପ୍ରଦାନ କରାଯାଉଥିଲା। କିନ୍ତୁ ଏବେ ମିଳୁନାହିଁ। ଯାହାକୁ ନେଇ ପଣ୍ଡା ଓ ରାଉଳ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦେବୋତ୍ତର କମିଶନ ତଥା ମନ୍ଦିର ଟ୍ରଷ୍ଟଙ୍କ ନିର୍ଦ୍ଦେଶ କ୍ରମେ ହୁଣ୍ଡି ଟଙ୍କା ସେବାୟତମାନଙ୍କୁ ଦିଆଯାଉ ନଥିବା ଅଭିଯୋଗ ହୋଇଛି।

ତେବେ ଗତ ବୁଧବାର ମନ୍ଦିର ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ଶାରଳା ପୀଠକୁ ଆସିଥିଲେ। ଏ ସମ୍ପର୍କରେ ସେବାୟତମାନେ ଜାଣିପାରି ତାଙ୍କୁ ପାଖାପାଖି ୨ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଥିଲେ। ବର୍ଷବର୍ଷ ଧରି ଚାଲୁଥିବା ପରମ୍ପରାକୁ କାହିଁକି ଭଙ୍ଗା ଯାଉଛି ବୋଲି ସେବାୟତମାନେ ପ୍ରଶ୍ନ କରିଲେ। ଉପରିସ୍ତ ଅଧିକାରୀଙ୍କ ସହିତ କଥା ହୋଇ ପ୍ରତିଶ୍ରୁତି ଦେବା ପରେ ନିର୍ବାହୀ ଅଧିକାରୀଙ୍କୁ ସେବାୟତମାନେ ଛାଡ଼ିଥିଲେ। ପରେ ସେବାୟତମାନେ ତାଙ୍କୁ ଛାଡ଼ିଥିଲେ।

Related story