ସରପଞ୍ଚରୁ କଲେକ୍ଟର ହୋଇ ଘର ଭାଙ୍ଗି ଦେଇଥିଲେ, ଏବେ ବନ୍ଧା ହେଲେ  

ବଲାଙ୍ଗିର:(ଓଡ଼ିଶା ରିପୋର୍ଟର): କ୍ଷମତା ଅପବ୍ୟବହାର ଅଭିଯୋଗରେ ସରପଞ୍ଚ ଗିରଫ। ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡା ଗିରଫ। ଉଭୟଙ୍କୁ ଗିରଫ କଲା ଲୋଇସିଂହା ଥାନା ପୋଲିସ। ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରିଥିଲେ ସରପଞ୍ଚ। ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲଭେଟା ପଞ୍ଚାୟତର ୬ ଆଦିବାସୀ ପରିବାରଙ୍କୁ ମିଳିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬ଟି ଘର। ଭୂମିହୀନ ହୋଇଥିବାରୁ ପଞ୍ଚାୟତ ଓ ବ୍ଲକ ପ୍ରଶାସନର ସହମତି ପରେ ସାଲଭେଟା ଗାଁରେ ଖାଲି […]

7890-1

Tapas Behera
  • Published: Saturday, 15 August 2020
  • , Updated: 15 August 2020, 08:50 PM IST

ବଲାଙ୍ଗିର:(ଓଡ଼ିଶା ରିପୋର୍ଟର): କ୍ଷମତା ଅପବ୍ୟବହାର ଅଭିଯୋଗରେ ସରପଞ୍ଚ ଗିରଫ। ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡା ଗିରଫ। ଉଭୟଙ୍କୁ ଗିରଫ କଲା ଲୋଇସିଂହା ଥାନା ପୋଲିସ। ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରିଥିଲେ ସରପଞ୍ଚ। ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲଭେଟା ପଞ୍ଚାୟତର ୬ ଆଦିବାସୀ ପରିବାରଙ୍କୁ ମିଳିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬ଟି ଘର।

ଭୂମିହୀନ ହୋଇଥିବାରୁ ପଞ୍ଚାୟତ ଓ ବ୍ଲକ ପ୍ରଶାସନର ସହମତି ପରେ ସାଲଭେଟା ଗାଁରେ ଖାଲି ପଡ଼ିଥିବା ଏହି ସରକାରୀ ଜାଗାରେ ଘର ନିର୍ମାଣ ଆରମ୍ଭ ହୋଇଥିଲା। ଓ୍ୱାର୍କ ଅର୍ଡର ପାଇବା ପରେ ସରକାରୀ ଅଧିକାରୀଙ୍କ ନିୟମିତ ଦେଖାଶୁଣାରେ ଆରମ୍ଭ ହୋଇଥିଲା ନିର୍ମାଣ କାମ। ନିୟମ ଅନୁସାରେ ଦୁଇ କିସ୍ତି ଟଙ୍କା ମଧ୍ୟ ମିଳିସାରିଥିଲା। ଲହୁ-ଲୁହ ଏକାଠି କରି ସଞ୍ଚିଥିବା ଆଉ କିଛି ପୁଂଜି ମିଶାଇ ଛାତ ଯାଏଁ ମୁଣ୍ଡ ଟେକିଥିଲା ଘର। ହେଲେ କଣ ହେଲା କେଜାଣି, ୧୧ ତାରିଖ ସକାଳେ ହଠାତ ଦଳବଳସହ ପହଞ୍ଚିଥିଲେ ସରପଞ୍ଚଙ୍କ ଟିମ୍। ମାଡାମ ହେମକାନ୍ତି ମୁଣ୍ଡାଙ୍କ ନିର୍ଦ୍ଦେଶରେ ବୁଲଡୋଜର ଚଢାଇ ମାଟିରେ ମିଶାଇ ଦେଇଥିଲେ ଗୋଟିଏ ପରେ ଗୋଟିଏ ଘର। ଧ୍ୱଂସର ଏ ତାଣ୍ଡବ ଲୀଳା ରଚିବା ବେଳେ ଗରିବ, ନିରୀହ, ଭୂମିହୀନ ଆଦିବାସୀଙ୍କ କାନ୍ଦ-ବୋବାଳି, ଅନୁନୟ-ବିନୟକୁ ଭ୍ରୁକ୍ଷେପ କରିନଥିଲେ ସରପଞ୍ଚ।

ଏ ଘଟଣା ପରେ ଲୋଇସିଂହା ଥାନାରେ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା। ଆଜି ସମ୍ପୃକ୍ତ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Related story