ଆଳି(ବନମାଳି ସାହୁ): କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି କୋକୁଆ ଭୟ। କେଉଁଠି ଲୋକେ କରୋନା ଭୟରେ ନିଜ ପରିବାର ସଦସ୍ୟଙ୍କ ମୃତଦେହକୁ କାନ୍ଧ ଦେଉ ନାହାନ୍ତି ତ କେଉଁଠି ଏହି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ କରୁଛନ୍ତି ରକ୍ଷା ଯଜ୍ଞ। ଏପରି ଅସ୍ୱାଭାବିକ ସ୍ଥିତି ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ସଂସିଧା ପଞ୍ଚାୟତରେ
ସଂସିଧା ପଞ୍ଚାୟତରେ କରୋନା ସ୍ଥିତି ଉଦବେଗଜନକ ରହିଛି। ଗତ ୭ ତାରିଖରେ ଜନୈକ ୪୦ ବର୍ଷିୟ ଯୁବକ ଓ ୧୧ ତାରିଖରେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁପରେ ପଞ୍ଚାୟତରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଛି।
ସଂସିଧା ପଞ୍ଚାୟତର ସଂସିଧା ଓ ଠାକୁରପାଟଣା ଗ୍ରାମରେ ଏବେ ୪୦ ରୁ ଊର୍ଦ୍ଧ୍ଵ ଲୋକ ଜ୍ବର,ଥଣ୍ଡାରେ ଆକ୍ରାନ୍ତ ଅଛନ୍ତି। ପଞ୍ଚାୟତର ୩୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସ୍ଥିତିର ଗମ୍ଭୀରତାକୁ ଦେଖି ସଂସିଧା ସରପଞ୍ଚ ମମତା ଭୂୟାଁ ଆଜିଠାରୁ ଏକସପ୍ତାହ ଯାଏ ସଂପୂର୍ଣ୍ଣ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି।
[caption id="attachment_643588" align="aligncenter" width="650"]
ସରପଞ୍ଚଙ୍କ ଘୋଷଣାନାମା ଅନୁଯାୟୀ, ପଞ୍ଚାୟତ ଲୋକେ ବାହାରକୁ ଓ ବାହାର ଲୋକେ ପଞ୍ଚାୟତ ସୀମା ଭିତରକୁ ଆସିବା ପାଇଁ ବାରଣ କରାଯାଇଛି। ଅପରପକ୍ଷରେ ଆତଙ୍କିତ ପଞ୍ଚାୟତବାସୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ଆଜି ସଂସିଧାର ମାର୍କଣ୍ଢେଶ୍ୱର ମନ୍ଦିରରେ "ରକ୍ଷାଯଜ୍ଞ"କରିଛନ୍ତି।
[caption id="attachment_643589" align="aligncenter" width="650"]
ପଞ୍ଚାୟତରେ କରୋନା ସଂକ୍ରମଣ କ୍ଷୀପ୍ର ଗତିରୁ ମାଡ଼ୁଥିବାରୁ ପଞ୍ଚାୟତବାସୀଙ୍କ ମତାମତ ନେଇ ସଂସିଧା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ବୋଲି କହିଛନ୍ତି ସରପଞ୍ଚ । ଅପରପକ୍ଷରେ କରୋନାରୁ ସୁରକ୍ଷା ପାଇଁ ଆମେ ଠାକୁରଙ୍କ ଶରଣାପନ୍ନ ହୋଇ ରକ୍ଷାଯଜ୍ଞ କରୁଛୁ ବୋଲି ପଞ୍ଚାୟତବାସୀ କହିଛନ୍ତି।