ବିଡିଓ କହିଲେ- ତୁମେ ସରପଞ୍ଚ ହେବାକୁ ଯୋଗ୍ୟ ନୁହଁ

ବାଲିଗୁଡ଼ା(ଅଜିତ ନାୟକ): ‘ବିଡିଓ, ଜେଇ ମନ ଇଚ୍ଛା କାମ କରୁଛନ୍ତି। ଆଦିବାସୀଙ୍କ ଜନପ୍ରତିନିଧୀ ହିସାବରେ ପଚାରିଲେ ଖାତିର କରୁ ନାହାନ୍ତି। ତୁମର କିଛି ଭୂମିକା ନାହିଁ କହି କଥାକୁ ଏଡ଼ାଇ ଯାଉଛନ୍ତି। ଏପରି ଅଣଦେଖାକୁ ଆଉ ବରଦାସ୍ତ କରାଯିବନି। ବିଡିଓ, ଜେଇ ନ ସୁଧୁରିଲେ ଆନ୍ଦୋଳନ କରାଯିବ ।’ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ସମସ୍ତ ଆଦିବାସୀ ସରପଞ୍ଚ ଏକାଠି ହୋଇ ଏପରି ଆହ୍ୱାନ ଦେଇଛନ୍ତି। କୋଟଗଡ ବ୍ଲକ ରାଣୀପାଙ୍ଗା ମହିଳା ସରପଞ୍ଚ ବୈଜୟନ୍ତି ପ୍ରଧାନଙ୍କୁ ବିଡ଼ିଓ […]

baliguda

  • Published: Wednesday, 16 November 2022
  • , Updated: 16 November 2022, 11:49 AM IST

ବାଲିଗୁଡ଼ା(ଅଜିତ ନାୟକ): ‘ବିଡିଓ, ଜେଇ ମନ ଇଚ୍ଛା କାମ କରୁଛନ୍ତି। ଆଦିବାସୀଙ୍କ ଜନପ୍ରତିନିଧୀ ହିସାବରେ ପଚାରିଲେ ଖାତିର କରୁ ନାହାନ୍ତି। ତୁମର କିଛି ଭୂମିକା ନାହିଁ କହି କଥାକୁ ଏଡ଼ାଇ ଯାଉଛନ୍ତି। ଏପରି ଅଣଦେଖାକୁ ଆଉ ବରଦାସ୍ତ କରାଯିବନି। ବିଡିଓ, ଜେଇ ନ ସୁଧୁରିଲେ ଆନ୍ଦୋଳନ କରାଯିବ ।’ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ସମସ୍ତ ଆଦିବାସୀ ସରପଞ୍ଚ ଏକାଠି ହୋଇ ଏପରି ଆହ୍ୱାନ ଦେଇଛନ୍ତି।

କୋଟଗଡ ବ୍ଲକ ରାଣୀପାଙ୍ଗା ମହିଳା ସରପଞ୍ଚ ବୈଜୟନ୍ତି ପ୍ରଧାନଙ୍କୁ ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ ଅଣଦେଖା କରୁଥିବା ନେଇ ଅଭିଯୋଗ ହୋଇଛି । ଏହା ବିରୋଧରେ ବ୍ଲକର ସମସ୍ତ ଆଦିବାସୀ ସରପଞ୍ଚ ତାତିଛନ୍ତି।

ରାଣୀପାଙ୍ଗା ସରପଞ୍ଚ ବୈଜୟନ୍ତି ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ, ମୋ’ ଅଜାଣତରେ ମୋ’ ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ପାତ୍ର ମନ ଇଚ୍ଛା କାମ କରୁଛନ୍ତି। ଏପରିକି ମୋତେ ନ ଜଣାଇ କନିଷ୍ଠ ଯନ୍ତ୍ରୀ ନିଜେ ଠିକାଦାର ସାଜି କାମ କରୁଛନ୍ତି। ଏ ନେଇ ବିଡ଼ିଓ ଅର୍ଜୁନ ପ୍ରଧାନଙ୍କୁ ଅଭିଯୋଗ କରିବାରୁ ତୁମେ ସରପଞ୍ଚ ହେବାକୁ ଯୋଗ୍ୟ ନୁହଁ ବୋଲି କହି ଅପମାନିତ କରୁଛନ୍ତି।

ଏଭଳି ଜଣେ ଆଦିବାସୀ ମହିଳା ସରପଞ୍ଚଙ୍କୁ ଅଣଦେଖା ଘଟଣାକୁ ନେଇ କୋଟଗଡ ବ୍ଲକର ସମସ୍ତ ସରପଞ୍ଚ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ପାତ୍ରଙ୍କ ବଦଳି ଦାବି କରିଛନ୍ତି । ଏହା ସହ ଆଗାମୀ ଦିନରେ ବ୍ଲକର ବିକାଶ ମୂଳକ କାର୍ଯ୍ୟରେ ବିଡ଼ିଓ ସହଯୋଗ ନ କଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ତୁରନ୍ତ ଜେଇଙ୍କୁ ବଦଳି କର । ଆଦିବାସୀ ଜନପ୍ରନିନିଧିଙ୍କୁ ସବୁ କାମରେ ସାମିଲ କରି କାମ କର । ନଚେତ ଆଗାମୀ ଦିନରେ ବ୍ଳକରେ ଆନ୍ଦୋଳନ କରିବୁ ବୋଲଇ ସରପଞ୍ଚମାନେ କହିଛନ୍ତି।

ସରପଞ୍ଚଙ୍କ ଅଭିଯୋଗ ଉପରେ ବିଡିଓ ଓ ଜେଇଙ୍କ ପ୍ରତିକ୍ରିୟା ମିଳିପାରିନି।

Related story