ସରପଞ୍ଚଙ୍କ ବାପାଙ୍କୁ ହାଣିଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତିଲେ ମା’ ଓ ଭାଇ

ବାଲିଗୁଡ଼ା(ଅଜିତ ନାୟକ) : ସରପଞ୍ଚଙ୍କ ବାପାଙ୍କୁ ହାଣି ହତ୍ୟା କଲେ ମୁଖା ପିନ୍ଧା ଦୁର୍ବୃତ୍ତ। ଆଉ ଅଳ୍ପକେ ବର୍ତିଲେ ତାଙ୍କ ମାଆ ଓ ଭାଇ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତାମାଙ୍ଗି ଗ୍ରାମରେ । ଅଭିଯୋଗ ପାଇ ବ୍ରାହ୍ମଣୀ ଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଚଳାଇଥିଲେ ମଧ୍ୟ ଏ ଯାଏ ଦୁର୍ବୃତ୍ତଙ୍କର କୌଣସି ଟେର ମିଳିପାରିନି । ଆଜି ସକାଳୁ, ହାତୀମୁଣ୍ଡା ପଂଚାୟତର ସରପଞ୍ଚ ମନ୍ଦାକିନି ମଲିକଙ୍କ […]

mnb

mnb

Tapas Behera
  • Published: Wednesday, 21 October 2020
  • Updated: 21 October 2020, 09:07 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ) : ସରପଞ୍ଚଙ୍କ ବାପାଙ୍କୁ ହାଣି ହତ୍ୟା କଲେ ମୁଖା ପିନ୍ଧା ଦୁର୍ବୃତ୍ତ। ଆଉ ଅଳ୍ପକେ ବର୍ତିଲେ ତାଙ୍କ ମାଆ ଓ ଭାଇ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତାମାଙ୍ଗି ଗ୍ରାମରେ । ଅଭିଯୋଗ ପାଇ ବ୍ରାହ୍ମଣୀ ଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଚଳାଇଥିଲେ ମଧ୍ୟ ଏ ଯାଏ ଦୁର୍ବୃତ୍ତଙ୍କର କୌଣସି ଟେର ମିଳିପାରିନି ।

ଆଜି ସକାଳୁ, ହାତୀମୁଣ୍ଡା ପଂଚାୟତର ସରପଞ୍ଚ ମନ୍ଦାକିନି ମଲିକଙ୍କ ବାପା ପନ୍ଦର ମଲିକ, ମାଆ ଡାକିନିଆଲୁ ମଲିକ ଓ  ଭାଇଙ୍କ ସହ ଗାଁ ନିକଟ ବିଲକୁ ଯାଉଥିଲେ। ଏହି ସମୟରେ ପୂର୍ବରୁ ଲୁଚି ରହିଥିବା କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଅତର୍କିତ ଭାବେ ସାମ୍ନାକୁ ଆସି ପନ୍ଦର ମଲିକଙ୍କୁ ହାଣି ହତ୍ୟା କରିବା ପରେ ସେମାନେ ସେଠାରୁ ଚମ୍ପଟ ମାରିଥିଲେ।  ଏହା ଦେଖି ସରପଞ୍ଚଙ୍କ ମାଆ ଓ ଭାଇ ଭୟଭୀତ ହୋଇ ଦୌଡି ଗାଁକୁ ପଳାଇ ଆସିଥିଲେ। ପରିବାର ଲୋକେ ଏ ନେଇ ବ୍ରାହ୍ମଣୀ ଗାଁ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ତାମାଙ୍ଗି ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ। ହେଲେ ହତ୍ୟାକାରୀ ଏଯାଏଁ ଧରା ପଡିନାହାନ୍ତି । ଏହି ହତ୍ୟାକାଣ୍ଡ ଘଟିବା ପରେ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ଲାଗିରହିଛି । ସରପଞ୍ଚଙ୍କ ବାପାଙ୍କୁ କିଏ ଆଉ କାହିଁକି ହତ୍ୟା କଲେ, ସେ ନେଇ ଚର୍ଚ୍ଚା ଜୋର ଧରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos