ସାରଥି ମାମଲା: ଏବେ କ୍ରାଇମବ୍ରାଞ୍ଚ୍ ସ୍କାନରରେ ଜମି ବିକ୍ରେତା

କଟକ: ବିବାଦୀୟ ସାରଥି ମାମଲାରେ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ରହିଛି ଜମି ବିକ୍ରି କରିଥିବା ଲୋକେ। ସାରଥି, ତାଙ୍କ ପୁଅ ଓ ତାଙ୍କ ଟ୍ରଷ୍ଟକୁ ଜମି ବିକ୍ରି କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ପଚରାଉଚରା କରିବ କ୍ରାଇମବ୍ରାଞ୍ଚ। ଜମି ବିକ୍ରି ପାଇଁ ସେମାନଙ୍କ ଉପରେ ଚାପ ପଡିଥିଲା ନା ନାହିଁ ସେ ନେଇ ହେବ ଖୋଲତାଡ। ବର୍ତ୍ତମାନ ସୁଦ୍ଧା ସାରଥି ମାମଲାରେ ମୋଟ ୪ଟି କେସ୍ ରୁଜ୍ଜୁ କରି କ୍ରାଇମବ୍ରାଞ୍ଚ ତଦନ୍ତକୁ ବ୍ୟାପକ କରିଛି। ଭକ୍ତଙ୍କ ଦାନଅର୍ଥରେ ନିଜ […]

sarathee

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 02:14 PM IST

କଟକ: ବିବାଦୀୟ ସାରଥି ମାମଲାରେ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ରହିଛି ଜମି ବିକ୍ରି କରିଥିବା ଲୋକେ। ସାରଥି, ତାଙ୍କ ପୁଅ ଓ ତାଙ୍କ ଟ୍ରଷ୍ଟକୁ ଜମି ବିକ୍ରି କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ପଚରାଉଚରା କରିବ କ୍ରାଇମବ୍ରାଞ୍ଚ। ଜମି ବିକ୍ରି ପାଇଁ ସେମାନଙ୍କ ଉପରେ ଚାପ ପଡିଥିଲା ନା ନାହିଁ ସେ ନେଇ ହେବ ଖୋଲତାଡ। ବର୍ତ୍ତମାନ ସୁଦ୍ଧା ସାରଥି ମାମଲାରେ ମୋଟ ୪ଟି କେସ୍ ରୁଜ୍ଜୁ କରି କ୍ରାଇମବ୍ରାଞ୍ଚ ତଦନ୍ତକୁ ବ୍ୟାପକ କରିଛି।

ଭକ୍ତଙ୍କ ଦାନଅର୍ଥରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ବିବାଦୀୟ ସାରଥି। ୫୦ରୁ ଅଧିକ ଜମିର କବଲା ଠାବ କରିଛି କ୍ରାଇମବ୍ରାଞ୍ଚ। ତେବେ ଏସବୁ ଜମିକୁ ସ୍ୱଇଚ୍ଛାରେ ବିକ୍ରି କରାଯାଇଛି ନା ବିକ୍ରି କରିବା ପାଇଁ ଚାପ ପଡ଼ିଥିଲା, ବଜାର ମୂଲ୍ୟରେ କିଣା ହୋଇଛି ନା କମ୍ ଦରରେ ଖରିଦି କରାଯାଇଥିଲା- ଏସବୁର ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ସେଥିପାଇଁ ସାରଥି, ତାଙ୍କ ପୁଅ ସତ୍ୟମ ଓ ସତ୍ୟମ ଚାରିଟେବଲ୍ ଟ୍ରଷ୍ଟକୁ ଯେଉଁମାନେ ଜମି ବିକ୍ରି କରିଛନ୍ତି ସେମାନଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ। ଜମି ବିକ୍ରେତାମାନଙ୍କୁ ଯୋଗାଯୋଗ ବି କରୁଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଏଡିଜି ବିଜୟ କୁମାର ଶର୍ମା କହିଛନ୍ତି, ଏହା ଏକ ଜଟିଳ ମାମଲା। କ୍ରାଇମବ୍ରାଞ୍ଚ ତାର ତଦନ୍ତକୁ ବ୍ୟାପକ କରିଛି। ପୂରା ଘଟଣାର ପର୍ଦ୍ଦାଫ।ଶ ପାଇଁ ଟିକେ ସମୟ ଲାଗିପାରେ। ବର୍ତ୍ତମାନ ସୁଦ୍ଧା ଏଇ ମାମଲାରେ ମୋଟ ୪ଟି ମାମଲା ରୁଜ୍ଜୁ ହୋଇଛି। ୮ ତାରିଖରେ ସାରଥି ଗିରଫ ହେବା ପରେ ତାଙ୍କ ନାଁରେ  ଆଇପିସିର ଦଫ। ୧୨୦-ବି, ୪୨୦, ୩୪୧, ୫୦୬,  ୩୭୯ରେ ମାମଲା ରୁଜ୍ଜୁ ହୋଇଥିଲା।

ସେହିଭଳି ବିବାଦୀୟ ଯୁବତୀଙ୍କ ପକ୍ଷରୁ ମଙ୍ଗଳବାଗ ଥାନାରେ ରୁଜୁ ମାମଲାକୁ ନେଇ ବି ତଦନ୍ତ ଆଗକୁ ବଢାଇଛି କ୍ରାଇମବ୍ରାଞ୍ଚ। ପରେ କ୍ରାଇମବ୍ରାଞ୍ଚରେ ସାରଥିଙ୍କ ବିରୋଧରେ ବିବାଦୀୟ ଯୁବତୀ ଦେଇଥିବା ଏତଲା ବି ତଦନ୍ତ ଚାଲିଛି। ଏହାଛଡା ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ସାରଥିଙ୍କ ବିରୋଧରେ ଆଇପିସିର ଦଫ। ୩୫୪ରେ ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ। ଏଇ ମହିଳାଙ୍କର କେନ୍ଦ୍ରାପଡ଼ା ଜେଏମ୍ଏଫସିଙ୍କ କୋର୍ଟରେ ବୟାନ ରେକର୍ଡ ହୋଇଛି।

Related story