ସାରଥୀ ବାବା ପ୍ରସଙ୍ଗ: ବିବାଦୀୟ ଯୁବତୀଙ୍କ ଏଫଆଇଆର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

କଟକ: ସାରଥୀ ବାବା ପ୍ରସଙ୍ଗରେ ବିବାଦୀୟ ଯୁବତୀ ଦେଇଥିବା ଏଫଆଇଆରକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ପୋଲିସ କମିଶନର୍ ଆର୍.ପି. ଶର୍ମା ଏହି ସୂଚନା ଦେଇଛନ୍ତି । ଗତକାଲି ସମ୍ପୃକ୍ତ ଯୁବତୀଙ୍କ ପ୍ରାଥମିକ ବୟାନ ରେକର୍ଡ କରିଥିଲା ପୋଲିସ। କଟକ ମହିଳା ଥାନା ଆଇଆଇସି ଏହି ଯୁବତୀ ରହୁଥିବା ହେଷ୍ଟଲକୁ ଯାଇ ବୟାନ ରେକର୍ଡ କରିଥିଲେ। କଟକ ମଙ୍ଗଳାବାଗ ଥାନାରେ ଯୁବତୀଙ୍କ ଏଫଆଇଆର ରୁଜୁ ହୋଇଥିବା ନେଇ ବିଳମ୍ୱିତ ରାତ୍ରିରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ କଟକ ଡିସିପି […]

police

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 09:26 AM IST

କଟକ: ସାରଥୀ ବାବା ପ୍ରସଙ୍ଗରେ ବିବାଦୀୟ ଯୁବତୀ ଦେଇଥିବା ଏଫଆଇଆରକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ପୋଲିସ କମିଶନର୍ ଆର୍.ପି. ଶର୍ମା ଏହି ସୂଚନା ଦେଇଛନ୍ତି । ଗତକାଲି ସମ୍ପୃକ୍ତ ଯୁବତୀଙ୍କ ପ୍ରାଥମିକ ବୟାନ ରେକର୍ଡ କରିଥିଲା ପୋଲିସ। କଟକ ମହିଳା ଥାନା ଆଇଆଇସି ଏହି ଯୁବତୀ ରହୁଥିବା ହେଷ୍ଟଲକୁ ଯାଇ ବୟାନ ରେକର୍ଡ କରିଥିଲେ। କଟକ ମଙ୍ଗଳାବାଗ ଥାନାରେ ଯୁବତୀଙ୍କ ଏଫଆଇଆର ରୁଜୁ ହୋଇଥିବା ନେଇ ବିଳମ୍ୱିତ ରାତ୍ରିରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ କଟକ ଡିସିପି ସଂଜୀବ ଆରୋରା। ଆଇପିସିର ଧାରା ୫୦୬, ୩୪ ଓ ୬୭ (ଏ) ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଯୁବତୀ ଜଣକ ତାଙ୍କ ଜୀବନ ପ୍ରତି ବିପଦ ଥିବା ପୋଲିସକୁ ବୟାନ ଦେବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

 

Related story