ସାରଥି ବିବାଦ: ଆଧ୍ୟାତ୍ମିକ ଚ୍ୟାନେଲ ‘ପ୍ରାର୍ଥନା’ ଆଭିମୁଖ୍ୟ ସ୍ପଷ୍ଟ କଲା

ଭୁବନେଶ୍ୱର: ସାରଥି ବାବା ବିବାଦରେ ଆଧ୍ୟାତ୍ମିକ ଚ୍ୟାନେଲ ପ୍ରାର୍ଥନା ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଚ୍ୟାନେଲ ପକ୍ଷରୁ କୁହାଯାଇଛି ‘ପ୍ରାର୍ଥନା’ର ଭାବମୂର୍ତ୍ତୀ କ୍ଷୂଣ୍ଣ କରିବାକୁ ଏହାର ପ୍ରତିଦ୍ୱନ୍ଦୀ ଏବଂ କିଛି ଖଳ ପ୍ରକୃତିର ଲୋକ ଲଗାତର ଉଦ୍ୟମ କରୁଛନ୍ତି। ପ୍ରତିଦ୍ୱନ୍ଦୀ ଚ୍ୟାନେଲ ଏବଂ କିଛି ଖଳ ପ୍ରକୃତିର ଲୋକ ‘ପ୍ରାର୍ଥନା’ ବିରୋଧରେ ଅପପ୍ରଚାର ଚଳାଇଛନ୍ତି । ଏହି ଦୃଷ୍ଟିରୁ ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ,ପ୍ରାର୍ଥନା ଚ୍ୟାନେଲ ଏକ ମହତ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା । […]

parthana

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 11:46 AM IST

ଭୁବନେଶ୍ୱର: ସାରଥି ବାବା ବିବାଦରେ ଆଧ୍ୟାତ୍ମିକ ଚ୍ୟାନେଲ ପ୍ରାର୍ଥନା ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଚ୍ୟାନେଲ ପକ୍ଷରୁ କୁହାଯାଇଛି ‘ପ୍ରାର୍ଥନା’ର ଭାବମୂର୍ତ୍ତୀ କ୍ଷୂଣ୍ଣ କରିବାକୁ ଏହାର ପ୍ରତିଦ୍ୱନ୍ଦୀ ଏବଂ କିଛି ଖଳ ପ୍ରକୃତିର ଲୋକ ଲଗାତର ଉଦ୍ୟମ କରୁଛନ୍ତି। ପ୍ରତିଦ୍ୱନ୍ଦୀ ଚ୍ୟାନେଲ ଏବଂ କିଛି ଖଳ ପ୍ରକୃତିର ଲୋକ ‘ପ୍ରାର୍ଥନା’ ବିରୋଧରେ ଅପପ୍ରଚାର ଚଳାଇଛନ୍ତି । ଏହି ଦୃଷ୍ଟିରୁ ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ,ପ୍ରାର୍ଥନା ଚ୍ୟାନେଲ ଏକ ମହତ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିଲା । ଆମ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ସହାୟକ ହେବା ସହ ସମାଜ ସଂସ୍କାରମୂଳକ କାର୍ଯ୍ୟକ୍ରମ ଏବଂ ଧାର୍ମିକ ପ୍ରବଚନ ପାଇଁ ଏକ ମଞ୍ଚ ଦେବା ଥିଲା ଉଦ୍ଦେଶ୍ୟ । ଆମ ଦେଶର ଅନ୍ୟ ଚ୍ୟାନେଲମାନଙ୍କ ପରି ପ୍ରାର୍ଥନା ଚ୍ୟାନେଲ୍ ମଧ୍ୟ କମର୍ସିଆଲ୍ ଆଡଭାର୍ଟାଇଜମେଣ୍ଟ ଆଧାରରେ ବହୁ ଅନୁଷ୍ଠାନ ଏବଂ ବ୍ୟକ୍ତିଙ୍କୁ ସେମାନଙ୍କ କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ଟାଇମ୍ ସ୍ଲଟମାନ ବିକ୍ରି କରେ । ପ୍ରାର୍ଥନା ଚ୍ୟାନେଲ୍ ନିଜେ କିନ୍ତୁ ଏସବୁ କାର୍ଯ୍ୟକ୍ରମ କିମ୍ୱା ବ୍ୟକ୍ତି ବିଶେଷଙ୍କୁ ନିୟନ୍ତ୍ରଣ କରେ ନାହିଁ କି ପ୍ରୋତ୍ସାହନ ଦିଏ ନାହିଁ। ଟାଇମ୍ ସ୍ଲଟ୍ ବିକ୍ରି ବାବଦରେ ପ୍ରାର୍ଥନା ଚ୍ୟାନେଲ୍ ପାଉଥିବା ଅର୍ଥ ସମ୍ପୂର୍ଣ୍ଣ ସ୍ୱଚ୍ଛ। ଏହାର ନିୟମିତ ଅଡିଟ ହୋଇଥାଏ । ଏସବୁ ଅର୍ଥ ପାଇଁ ନିୟମ ଅନୁସାରେ ଟିକସ ପୈଠ କରାଯାଇଛି । ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ବି ଏ ନେଇ ଅବଗତ କରାଯାଇଛି । ଟଙ୍କା ଦେଇ ଆଡଭାର୍ଟାଇଜିଂ ସ୍ଲଟ ନେଉଥିବା ବ୍ୟକ୍ତିଙ୍କ ପୃଷ୍ଠଭୂମି ଯାଞ୍ଚ କରିବା ପ୍ରାର୍ଥନା ଚ୍ୟାନେଲ

ପକ୍ଷରେ ସମ୍ଭବ ପର ନୁହେଁ। ବାସ୍ତବରେ କୌଣସି ପବ୍ଲିକେଶନ ସଂସ୍ଥା କିମ୍ୱା ବୈଦ୍ୟୁତିକ ଗଣମାଧ୍ୟମ ପକ୍ଷରେ ବିଜ୍ଞାପନଦାତାଙ୍କ ପୃଷ୍ଠଭୂମି ଯାଞ୍ଚ କରିବା ସମ୍ଭବ ନୁହେଁ। ବିଜ୍ଞାପନ ଦେଉଥିବା ଧାର୍ମିକ ଅନୁଷ୍ଠାନ ବା ଶିକ୍ଷାନୁଷ୍ଠାନ ବା କୌଣସି ବିଲଡର ସଂସ୍ଥାଙ୍କ କାରବାର ସମ୍ପୂର୍ଣ୍ଣ ସ୍ୱଚ୍ଛ ବା ଏସବୁ ସଂସ୍ଥାର ଉଦ୍ଦେଶ୍ୟ ଲୋକଙ୍କୁ ଠକିବା ଏହାର ଯାଞ୍ଚ ସମ୍ଭବ ନୁହେଁ। ଏକ ଗଣମାଧ୍ୟମ ଓ ବିଜ୍ଞାପନଦାତାଙ୍କ ମଧ୍ୟରେ ଥିବା ସମ୍ପର୍କ ଛଡା ସାରଥି ବାବା ଓରଫ୍ ସନ୍ତୋଷ ରାଉଳଙ୍କ ସହ ପ୍ରାର୍ଥନା ଚ୍ୟାନେଲର ଅନ୍ୟ କୌଣସି ସମ୍ପର୍କ ନ ଥିଲା । ଅନ୍ୟ ବିଜ୍ଞାପନଦାତାଙ୍କ ଭଳି ସାଧାରଣ ସର୍ତ୍ତାବଳୀ ଅନୁଯାୟୀ ସେ କେବଳ ଚ୍ୟାନେଲଠାରୁ ଟାଇମ୍ ସ୍ଲଟ୍ ନେଇଥିଲେ। ତାଙ୍କ କାର୍ଯ୍ୟକ୍ରମ ପାଇଁ ବିଗତ ୫ ବର୍ଷ ଧରି ସେ ଆଡଭାର୍ଟାଇଜିଂ ସ୍ଲଟସ ନେଇଥିଲେ କିନ୍ତୁ ତାଙ୍କ

ଆଶ୍ରମ ପାଖାପାଖି ୨୫ ବର୍ଷ ଧରି ପ୍ରତିଷ୍ଠିତ ଥିଲା । ତାଙ୍କ କାର୍ଯ୍ୟକ୍ରମର ପ୍ରସାରଣ ଲାଗି ପ୍ରାର୍ଥନା ଚ୍ୟାନେଲକୁ ବହୁ ଲୋକଙ୍କଠାରୁ ଅନୁରୋଧ ଆସୁଥିଲା । ସାରଥିଙ୍କ ସମ୍ପର୍କରେ ପ୍ରଘଟ ହେବାର ୨୪ ଘଣ୍ଟା ଭିତରେ ପ୍ରାର୍ଥନା ଚ୍ୟାନେଲ୍ ତାଙ୍କ କାର୍ଯ୍ୟକ୍ରମ ପ୍ରସାରଣକୁ ବନ୍ଦ କରିଥିଲା । ଏହିଭଳି ଅନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆମେ କୌଣସି ଅଭିଯୋଗ ପାଇନୁ। ତେବେ ଏହି ଘଟଣା ପରେ

ଆମେ କାର୍ଯ୍ୟକ୍ରମ ସମୀକ୍ଷା କରି ଏଭଳି ସମସ୍ତ କାର୍ଯ୍ୟକ୍ରମର ପ୍ରସାରଣକୁ ବନ୍ଦ କରିଦେଇଛୁ। ଆମେ ଧାର୍ମିକ ପ୍ରବଚନ ପାଇଁ ଆଡଭାଟାଇଜିଂ ଟାଇମ୍ ସ୍ଲଟସ ସମ୍ପର୍କରେ ଆମ ନୀତିର ସମୀକ୍ଷା କରିଛୁ। ତେବେ ଧର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାଜ୍ୟର ପ୍ରାଚୀନ ତଥା ପ୍ରସିଦ୍ଧ ଦେବପୀଠଗୁଡିକରେ ପ୍ରଚଳିତ ପରମ୍ପରା ଓ ରୀତିନୀତିଗୁଡିକୁ ପ୍ରଦର୍ଶନ ଲାଗି ଉଦ୍ୟମ ଜାରି ରଖିଛୁ। ପ୍ରାର୍ଥନା ଚ୍ୟାନେଲ୍ ସବୁବେଳେ ଉଚ୍ଚକୋଟୀର କାର୍ଯ୍ୟକ୍ରମ ପ୍ରସାରଣ କରିଆସିଛି। ସବୁବେଳେ ସ୍ୱଚ୍ଛତା, ନୈତିକତା ବଜାୟ ରଖିଛି ଓ ଆଗକୁ ମଧ୍ୟ ଏହା ଜାରି ରଖିବ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି ।

Related story