କଟକ: ସାରଥିଙ୍କ ପ୍ରମୁଖ ସହଯୋଗୀ ଶରତ ପାତ୍ରଙ୍କୁ ଶୁକ୍ରବାର କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଶରତ ସାରଥି ଆଶ୍ରମର ପରିଚାଳନା ଦାୟିତ୍ୱ ସହ ଆର୍ଥିକ କାରବାର ମଧ୍ୟ ବୁଝୁଥିଲେ। ତେଣୁ ତାଙ୍କଠାରୁ ସାରଥିଙ୍କ ଆର୍ଥିକ କାରବାର ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିପାରେ । ଶିକ୍ଷକ ଥିବା ଶରତଙ୍କୁ ପୂର୍ବରୁ ଚାକିରିରୁ ନିଲମ୍ୱିତ କରାଯାଇଥିଲା।
ସାରଥିଙ୍କ ଆଶ୍ରମର ଜଣେ ପୀଡିତା ଶରତଙ୍କ ବିରୋଧରେ ଧମକ ଦେବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ଆଇପିସିର ଧାରା ୪୨୦, ୫୦୬ ଏବଂ ୧୨୦-ବି ଧାରାରେ ତାଙ୍କୁ ଗିରଫ କରାଯାଇଛି।