ସାରଥିଙ୍କ ସହଯୋଗୀଙ୍କ ଲକରରୁ ଲକ୍ଷାଧିକ ଟଙ୍କାର ଗହଣା ଜବତ

କେନ୍ଦ୍ରାପଡ଼ା: ଗିରଫ ହୋଇ ଜେଲ୍‌ରେ ଥିବା ସାରଥି ବାବାଙ୍କ ସହଯୋଗୀ ପ୍ରଦୀପ କୁମାର ସାହୁଙ୍କ ଲକରରୁ କ୍ରାଇମ୍‌ ବ୍ରାଞ୍ଚ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରିଛି। ପ୍ରଦୀପ ସାରଥିଙ୍କ ଅତ୍ୟନ୍ତ ଅନୁଗତ ଥିଲେ। ସାରଥି ଗିରଫ ହେବା ପରେ ତାଙ୍କର ଓ ତାଙ୍କର କିଛି ସହଯୋଗୀଙ୍କ ବ୍ୟାଙ୍କ ଖାତା ଓ ଲକରକୁ ପୋଲିସ୍‌ ଜବତ କରିଥିଲା। ଆଜି କ୍ରାଇମବ୍ରାଞ୍ଚର ଏକ ୩ ଜଣିଆ ଟିମ୍‌ କେନ୍ଦ୍ରାପଡ଼ା କୋଅପରେଟିଭ ବ୍ୟାଙ୍କକୁ ଯାଇ ପ୍ରଦୀପଙ୍କ ଲକର ଖୋଲିଥିଲେ। ସେଥିରୁ […]

sarathi-sahajogi1

Rakesh Mallick
  • Published: Monday, 16 May 2016
  • , Updated: 16 May 2016, 11:30 AM IST

କେନ୍ଦ୍ରାପଡ଼ା: ଗିରଫ ହୋଇ ଜେଲ୍‌ରେ ଥିବା ସାରଥି ବାବାଙ୍କ ସହଯୋଗୀ ପ୍ରଦୀପ କୁମାର ସାହୁଙ୍କ ଲକରରୁ କ୍ରାଇମ୍‌ ବ୍ରାଞ୍ଚ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରିଛି। ପ୍ରଦୀପ ସାରଥିଙ୍କ ଅତ୍ୟନ୍ତ ଅନୁଗତ ଥିଲେ। ସାରଥି ଗିରଫ ହେବା ପରେ ତାଙ୍କର ଓ ତାଙ୍କର କିଛି ସହଯୋଗୀଙ୍କ ବ୍ୟାଙ୍କ ଖାତା ଓ ଲକରକୁ ପୋଲିସ୍‌ ଜବତ କରିଥିଲା।

ଆଜି କ୍ରାଇମବ୍ରାଞ୍ଚର ଏକ ୩ ଜଣିଆ ଟିମ୍‌ କେନ୍ଦ୍ରାପଡ଼ା କୋଅପରେଟିଭ ବ୍ୟାଙ୍କକୁ ଯାଇ ପ୍ରଦୀପଙ୍କ ଲକର ଖୋଲିଥିଲେ। ସେଥିରୁ ଗୋଟିଏ ସୁନା ହାର, ୨ଟି ଚେନ୍‌, ୪ଟି ମୁଦି ମିଳିଥିଲା, ଯାହାକୁ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀମାନେ ଜବତ କରିଛନ୍ତି।

ବ୍ରାଞ୍ଚ ମ୍ୟାନେଜର କହିଛନ୍ତି, “ମୋ ପୂର୍ବରୁ ଥିବା ମ୍ୟାନେଜରଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି କରାଯାଇ ଆଜି ଲକର ସିଜ୍‌ କରାଯିବାକୁ କୁହାଯାଇଥିଲା। ସେହି ଅନୁସାରେ ପ୍ରଦୀପ କୁମାର ସାହୁଙ୍କ ଉପସ୍ଥିତିରେ ତାଙ୍କ ଲକର ୭୧/୩ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଖୋଲିଥିଲେ।”

Related story