ସାରଥିଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କ ବୟାନ ରେକର୍ଡ

କେନ୍ଦ୍ରାପଡା: ସାରଥୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିବା କେନ୍ଦ୍ରାପଡ଼ାର ଜନୈକ ମହିଳାଙ୍କ କେନ୍ଦ୍ରାପଡ଼ା ଜେଏମ୍ଏଫସିଙ୍କ କୋର୍ଟରେ ବୟାନ ରେକର୍ଡ ହୋଇଛି। ସିଆରପିସିର ଧାରା ୧୬୪ ଅନୁସାରେ ମହିଳାଙ୍କ ବୟାନ ରେକର୍ଡ ହୋଇଛି। ମହିଳା ଜଣକ ଗୁରୁବାର କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଆସି ସାରଥୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ଦାଏର କରାଯାଇଥିଲା। ଏହି ମହିଳାଜଣଙ୍କ ଅଭିଯୋଗ କରିଥିଲେ ଯେ, ସାରଥି ତାଙ୍କ ମାଆଙ୍କ ସରଳତାର ସୁଯୋଗ ନେଇ ସାହାଯ୍ୟ କରିବାକୁ କହି […]

sarathi and mahila

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 01:31 PM IST

କେନ୍ଦ୍ରାପଡା: ସାରଥୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିବା କେନ୍ଦ୍ରାପଡ଼ାର ଜନୈକ ମହିଳାଙ୍କ କେନ୍ଦ୍ରାପଡ଼ା ଜେଏମ୍ଏଫସିଙ୍କ କୋର୍ଟରେ ବୟାନ ରେକର୍ଡ ହୋଇଛି। ସିଆରପିସିର ଧାରା ୧୬୪ ଅନୁସାରେ ମହିଳାଙ୍କ ବୟାନ ରେକର୍ଡ ହୋଇଛି। ମହିଳା ଜଣକ ଗୁରୁବାର କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଆସି ସାରଥୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ଦାଏର କରାଯାଇଥିଲା।

ଏହି ମହିଳାଜଣଙ୍କ ଅଭିଯୋଗ କରିଥିଲେ ଯେ, ସାରଥି ତାଙ୍କ ମାଆଙ୍କ ସରଳତାର ସୁଯୋଗ ନେଇ ସାହାଯ୍ୟ କରିବାକୁ କହି ଘର କାଗଜପତ୍ର ଓ ବାହାଘର କରାଇଦେବାକୁ ୧ ଲକ୍ଷ ୧୫ ହଜାର ଟଙ୍କା ସହ ଅଳଙ୍କାର ନେଇଯାଇଛନ୍ତି। ଏହାସହ ତାଙ୍କୁ ଆଶ୍ରମରେ ଦୀର୍ଘ ବର୍ଷ ହେଲା ଖଟାଇ ଆସୁଥିଲେ। ସାରଥି ତାଙ୍କ ସହ ଖରାପ ଆଚରଣ ପ୍ରଦର୍ଶନ କରିବା ସହ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ମହିଳା ଜଣକ ତାଙ୍କ ଏତଲାରେ ଦର୍ଶାଇଥିଲେ।

Related story