ସର୍ଦ୍ଦାର ରାଜା ମେଡିକାଲ୍ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ କଳାହାଣ୍ଡି ବନ୍ଦ

କଳାହାଣ୍ଡି: କଳାହାଣ୍ଡି ଜାରିଂସ୍ଥିତ ସର୍ଦ୍ଦାର ରାଜା ମେଡିକାଲ୍ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ଆଜି କଳାହାଣ୍ଡି ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି। କଳାହାଣ୍ଡି ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ଏହି ଦୁଇଦିନିଆ ବନ୍ଦ ଡାକରାର ପ୍ରଥମ ଦିନରେ ଜନଜୀବନ ଉପରେ ବେଶ୍ ପ୍ରଭାବ ପଡ଼ିଛି। ଜିଲ୍ଲା ସଦର ମହକୁମା ଭବାନୀପାଟଣା ସମେତ କେସିଙ୍ଗ।, ଜୁନାଗଡ଼ ଓ ଧର୍ମଗଡ଼ରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ […]

kalahandi

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 03:00 PM IST

କଳାହାଣ୍ଡି: କଳାହାଣ୍ଡି ଜାରିଂସ୍ଥିତ ସର୍ଦ୍ଦାର ରାଜା ମେଡିକାଲ୍ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ଆଜି କଳାହାଣ୍ଡି ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି। କଳାହାଣ୍ଡି ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ଏହି ଦୁଇଦିନିଆ ବନ୍ଦ ଡାକରାର ପ୍ରଥମ ଦିନରେ ଜନଜୀବନ ଉପରେ ବେଶ୍ ପ୍ରଭାବ ପଡ଼ିଛି। ଜିଲ୍ଲା ସଦର ମହକୁମା ଭବାନୀପାଟଣା ସମେତ କେସିଙ୍ଗ।, ଜୁନାଗଡ଼ ଓ ଧର୍ମଗଡ଼ରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମେତ ଜିଲ୍ଲା ଓକିଲ ସଂଘ, ଘରୋଇ ବସ୍ ମାଲିକ ସଂଘ, ବଣିକ ସଂଘ ଓ ଲେବର ୟୁନିୟନ ସମର୍ଥନ ଜଣାଇଛନ୍ତି।

ବିଧାନସଭା ଶୂନ୍ୟକାଳରେ ବି ସର୍ଦ୍ଦାର ରାଜା ମେଡିକାଲ୍ କଲେଜ ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଏହି କଲେଜରେ ପଢୁଥିବା ୧୨୪ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ତେଣୁ ସରକାର ତୁରନ୍ତ ଏହି କଲେଜ ପରିଚାଳନା ଦାୟିତ୍ବ ନିଜ ହାତକୁ ନିଅନ୍ତୁ। ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଏ ସଂପର୍କିତ ଏକ ମାମଲା କୋର୍ଟରେ ବିଚରାଧିନ ଅଛି। ଏମସିଆଇ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Related story