ସର୍ଦ୍ଦାର ରାଜା ମେଡିକାଲ କଲେଜ: ଭୁବନେଶ୍ୱର ଘରୋଇ କଲେଜରେ ପିଲାଙ୍କୁ ପଢାଇବାକୁ ଏମସିଆଇକୁ ଚିଠି କରିବେ ସରକାର

ଭବାନୀପାଟଣା: କଳାହାଣ୍ଡିର ସର୍ଦ୍ଦାର ରାଜା ମେଡିକାଲ୍ କଲେଜରେ ପଢୁଥିବା ପିଲାଙ୍କୁ ଭୁବନେଶ୍ୱରର ଘରୋଇ ମେଡିକାଲ କଲେଜରେ ପଢାଇବାକୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଏମସିଆଇକୁ ସରକାର ଚିଠି ଲେଖିବେ । ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ  ନିଷ୍ପତ୍ତି ଆଧାରରେ ଏହ ଚିଠି ଲେଖାଯିବ। ଏପଟେ କ୍ୟାବିନେଟ୍ ନିଷ୍ପତ୍ତି ପରେ ବି ନିଜ ଭବିଷ୍ୟତ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି ଏଠାରେ ପଢୁଥିବା ଛାତ୍ରଛାତ୍ରୀମାନେ। ସର୍ଦ୍ଦାର ରାଜା ମେଡିକାଲ୍ କଲେଜର ପିଲାଙ୍କୁ ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ […]

kalahandi

Rakesh Mallick
  • Published: Monday, 05 October 2015
  • , Updated: 05 October 2015, 03:25 PM IST

ଭବାନୀପାଟଣା: କଳାହାଣ୍ଡିର ସର୍ଦ୍ଦାର ରାଜା ମେଡିକାଲ୍ କଲେଜରେ ପଢୁଥିବା ପିଲାଙ୍କୁ ଭୁବନେଶ୍ୱରର ଘରୋଇ ମେଡିକାଲ କଲେଜରେ ପଢାଇବାକୁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଏମସିଆଇକୁ ସରକାର ଚିଠି ଲେଖିବେ । ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ  ନିଷ୍ପତ୍ତି ଆଧାରରେ ଏହ ଚିଠି ଲେଖାଯିବ। ଏପଟେ କ୍ୟାବିନେଟ୍ ନିଷ୍ପତ୍ତି ପରେ ବି ନିଜ ଭବିଷ୍ୟତ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି ଏଠାରେ ପଢୁଥିବା ଛାତ୍ରଛାତ୍ରୀମାନେ।

ସର୍ଦ୍ଦାର ରାଜା ମେଡିକାଲ୍ କଲେଜର ପିଲାଙ୍କୁ ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୪ ଦିନ ମଧ୍ୟରେ ଏହି ପ୍ରକ୍ରିୟା ସାରିବାକୁ କୋର୍ଟ ତାଙ୍କ ରାୟରେ କହିଚନ୍ତି । ଏବେ ସରକାର ଏହି ନିଷ୍ପତ୍ତି ଆଧାରରେ ମେଡିକାଲ୍ କାଉନସିଲ ଅଫ୍ ଇଣ୍ଡିଆ- ଏମସିଆଇକୁ ଚିଠି ଲେଖିବେ। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜରେ ସର୍ଦ୍ଦାର ରାଜା ମେଡିକାଲ୍ କଲେଜର ୧୨୪ ପିଲାଙ୍କ ଆଡମିଶନ ପାଇଁ ପଦକ୍ଷେପ ନିଆଯିବ।

ଏପଟେ ଭୁବନେଶ୍ୱରର କେଉଁ ଘରୋଇ ମେଡିକାଲ୍ କଲେଜରେ କେତେ ସିଟି ବଢାଇ ପିଲାଙ୍କୁ ଆଡମିଶନ କରାଯିବ ସେ ନେଇ ଏମସିଆଇ ଗ୍ରୀନ୍ ସିଗନାଲ ଦେଇନି। ଘରୋଇ କଲେଜରେ ଆଡମିଶନ ପାଇଁ ବି ପିଲା ଚାହୁଁ ନାହାନ୍ତି। କେଉଁ କଲେଜରେ କେତେ ପିଲା ପଢିବେ ସ୍ପଷ୍ଟ ହୋଇ ନ ଥିବାରୁ ପିଲାମାନେ ଅନିଶ୍ଚିତତା ଭିତରେ ରହିଛନ୍ତି।

Related story