ସର୍ଦ୍ଦାର ରାଜସ୍ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଥଇଥାନ ବିବାଦ : ପ୍ରତିବାଦରେ ଏମକେସିଜରେ ତାଲା ପକାଇଲେ ଛାତ୍ରଛାତ୍ରୀ

ବ୍ରହ୍ମପୁର: ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ସରକାରୀ ମେଡିକାଲ୍ କଲେଜରେ ଥଇଥାନ ନିଷ୍ପତ୍ତି ପ୍ରତିବାଦରେ ଆନ୍ଦୋଳନ ତେଜିଛି। ମଙ୍ଗଳବାର ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦରେ ଧାରଣା ଦେବା ସହ କଲେଜରେ ତାଲା ପକାଇ ଦେଇଥିଲେ। ସରକାର ସେମାନଙ୍କ ଦାବି ନ ମାନିଲେ ଆସନ୍ତାକାଲି କଲେଜକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଆଉଟଡୋର ବନ୍ଦ କରାଯିବ ବୋଲି ଛାତ୍ର ସଂସଦ ସଭାପତି କହିଛନ୍ତି। ଅନ୍ୟପକ୍ଷରେ ଗତ ୨୩ ତାରିଖରୁ ଆନ୍ଦୋଳନ ଚଳାଇଥିବା ବୁର୍ଲା […]

mkcg protest

Rakesh Mallick
  • Published: Tuesday, 01 December 2015
  • , Updated: 02 December 2015, 03:52 AM IST

ବ୍ରହ୍ମପୁର: ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ସରକାରୀ ମେଡିକାଲ୍ କଲେଜରେ ଥଇଥାନ ନିଷ୍ପତ୍ତି ପ୍ରତିବାଦରେ ଆନ୍ଦୋଳନ ତେଜିଛି। ମଙ୍ଗଳବାର ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦରେ ଧାରଣା ଦେବା ସହ କଲେଜରେ ତାଲା ପକାଇ ଦେଇଥିଲେ। ସରକାର ସେମାନଙ୍କ ଦାବି ନ ମାନିଲେ ଆସନ୍ତାକାଲି କଲେଜକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଆଉଟଡୋର ବନ୍ଦ କରାଯିବ ବୋଲି ଛାତ୍ର ସଂସଦ ସଭାପତି କହିଛନ୍ତି। ଅନ୍ୟପକ୍ଷରେ ଗତ ୨୩ ତାରିଖରୁ ଆନ୍ଦୋଳନ ଚଳାଇଥିବା ବୁର୍ଲା ଭିଏସ୍ଏସ୍ ମେଡିକାଲ୍ କଲେଜରେ ଛାତ୍ରଛାତ୍ରୀମାନେ ଆଜି ସମ୍ୱଲପୁର ଆସି ରାଲି କରିଥିଲେ। ପରେ ଉତ୍ତରାଞ୍ଚଳ ଆର୍ଡିସିଙ୍କ  ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଥିଲେ।

Related story