ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କ ଥଇଥାନ ନିଷ୍ପତ୍ତିକୁ ସରକାରୀ ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କ ବିରୋଧ: ମାମଲାର ପକ୍ଷଭୁକ୍ତ ହେବାକୁ ହାଇକୋର୍ଟରେ ଆବେଦନ

କଟକ: ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜର ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପ୍ରସଙ୍ଗରେ ବିବାଦ ଜାରି ରହିଛି। ସରକାରୀ କୋଟାରେ ଆଡମିସନ କରିଥିବା ପିଲାଙ୍କୁ ସରକାରୀ କଲେଜରେ ପଢାଇବା ଲାଗି  ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ସରକାରୀ କଲେଜର ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିବା ସହ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି  ବୁର୍ଲା ଓ  ବ୍ରହ୍ମପୁର ମେଡିକାଲ୍ କଲେଜ୍ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ବୁର୍ଲା ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନେ […]

odisha High Court

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 09:51 AM IST

କଟକ: ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜର ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପ୍ରସଙ୍ଗରେ ବିବାଦ ଜାରି ରହିଛି। ସରକାରୀ କୋଟାରେ ଆଡମିସନ କରିଥିବା ପିଲାଙ୍କୁ ସରକାରୀ କଲେଜରେ ପଢାଇବା ଲାଗି  ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ସରକାରୀ କଲେଜର ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିବା ସହ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପୂର୍ବରୁ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି  ବୁର୍ଲା ଓ  ବ୍ରହ୍ମପୁର ମେଡିକାଲ୍ କଲେଜ୍ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ବୁର୍ଲା ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହ କଲେଜ ଆଗରେ ଧାରଣା ଦେଇଥିଲେ। ବର୍ତ୍ତମାନ ପିଲାଙ୍କ ପାଇଁ ଏଠାରେ ପଢ଼ିବା ଲାଗି ଆବଶ୍ୟକ ଭିତ୍ତିଭୂମି ନଥିବା ବେଳେ ଅଧିକ ପିଲାଙ୍କ ଥଇଥାନ ନିଷ୍ପତ୍ତିକୁ ସେମାନେ ଦୃଢ଼ ବିରୋଧ କରିଛନ୍ତି।

ସେହିପରି ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲ୍ କଲେଜର ପିଲାମାନେ ମଧ୍ୟ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ଆନ୍ଦୋଳନ କରିଥିଲେ।

Related story