ସରିଲା ବ୍ରହ୍ମ ପରିବର୍ତ୍ତନ: ପାତାଳି ହେଲେ ପୁରୁଣା ବିଗ୍ରହ

ପୁରୀ: ସବୁ ପ୍ରତୀକ୍ଷାର ପରିସମାପ୍ତି ଘଟି ସଂପନ୍ନ ହୋଇଛି ଶତାବ୍ଦୀର ପ୍ରଥମ ନବକଳେବରର ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମ ସଂସ୍ଥାପନ ନୀତି। ନୀତିକାନ୍ତିରେ ଗୁରୁତର ବିଳମ୍ୱ ଓ ମତାନ୍ତର ଯୋଗୁଁ ଗତକାଲି ରାତିରେ ହେବାକୁ ଥିବା ବ୍ରହ୍ମ ପରିବର୍ତ୍ତନ ବୁଧବାର ଅପରାହ୍ଣ ୨ଟାରୁ ୫ଟା ମଧ୍ୟରେ ସମ୍ପର୍ଣ୍ଣ ହୋଇଥିଲା। ନୂଆ ବିଗ୍ରହଙ୍କଠାରେ ବ୍ରହ୍ମ ସ୍ଥାପନ ପରେ ୧୯ ବର୍ଷ ଧରି ପୂଜା ପାଉଥିବା ପୁରୁଣା ବିଗ୍ରହଙ୍କୁ କୋଇଲି ବୈକୁଣ୍ଠରେ ପାତାଳୀ କରାଯାଇଛି। ଏହି ମହତ କାର୍ଯ୍ୟ ଶେଷ ହେବା ପରେ ସିଂହଦ୍ୱାର […]

jaga (2)

Rakesh Mallick
  • Published: Tuesday, 16 June 2015
  • , Updated: 16 June 2015, 04:23 PM IST

ପୁରୀ: ସବୁ ପ୍ରତୀକ୍ଷାର ପରିସମାପ୍ତି ଘଟି ସଂପନ୍ନ ହୋଇଛି ଶତାବ୍ଦୀର ପ୍ରଥମ ନବକଳେବରର ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମ ସଂସ୍ଥାପନ ନୀତି। ନୀତିକାନ୍ତିରେ ଗୁରୁତର ବିଳମ୍ୱ ଓ ମତାନ୍ତର ଯୋଗୁଁ ଗତକାଲି ରାତିରେ ହେବାକୁ ଥିବା ବ୍ରହ୍ମ ପରିବର୍ତ୍ତନ ବୁଧବାର ଅପରାହ୍ଣ ୨ଟାରୁ ୫ଟା ମଧ୍ୟରେ ସମ୍ପର୍ଣ୍ଣ ହୋଇଥିଲା। ନୂଆ ବିଗ୍ରହଙ୍କଠାରେ ବ୍ରହ୍ମ ସ୍ଥାପନ ପରେ ୧୯ ବର୍ଷ ଧରି ପୂଜା ପାଉଥିବା ପୁରୁଣା ବିଗ୍ରହଙ୍କୁ କୋଇଲି ବୈକୁଣ୍ଠରେ ପାତାଳୀ କରାଯାଇଛି। ଏହି ମହତ କାର୍ଯ୍ୟ ଶେଷ ହେବା ପରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରୁ ବାହାଥିଲେ ଦଇତା ସେବାୟତମାନେ। ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ।

ଶ୍ରୀ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣ ପ୍ରାୟ ୨ଟା ବେଳେ ଆରମ୍ଭ ହୋଇଥିଲା ବ୍ରହ୍ମ ସଂସ୍ଥାପନ ନୀତି। ଏହି ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା। ବ୍ରହ୍ମ ସଂସ୍ଥାପନ ପରେ କୋଇଲି ବୈକୁଣ୍ଠରେ ଅନୁଷ୍ଠିତ ହୋଇଥିଲା ପୁରୁଣା ବିଗ୍ରହଙ୍କ ପାତାଳୀ ପର୍ବଯେଉଁ ଦିବ୍ୟ ମୁହୂର୍ତ୍ତକୁ ବର୍ଷ ବର୍ଷର ଅପେକ୍ଷା ଥିଲା ସେହି ବ୍ରହ୍ମଙ୍କ ସଂସ୍ଥାପିତ ହୋଇଛି ବୋଲି କହିଛନ୍ତି ଦଇତାପତି ନିଯୋଗର ସଭାପତି ରାମକୃଷ୍ଣ ଦାସ ମହାପାତ୍ର । ଶ୍ରୀମନ୍ଦିରରୁ ବାହାରିବା ପରେ ଦଇତା ସେବାୟତ ମାର୍କଣ୍ଡ ପୁଷ୍କରିଣୀରେ ସ୍ନାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାଣି ବୁଡ଼ ଦେଇଥିଲେ। ପରେ ସିଂହଦ୍ୱାରଠାରେ ଅନୁଷ୍ଠିତ ହୋଇଥିଲା ହଳଦୀପାଣି ନୀତି।  ମହାପ୍ରଭୁଙ୍କ ଜ୍ଞାତି ହିସାବରେ  ଦଇତାପତି ସେବାୟତ ଦଶାହ ତିଥିରେ ଲଣ୍ଡା ହେବେ। ତ୍ରୟୋଦଶୀ ଦିନ ଆୟୋଜନ ହେବ ସ୍ୱତନ୍ତ୍ର ଉତ୍ସବ। ଏଥିରେ ଲକ୍ଷାଧିକ ଭକ୍ତ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯିବ ବୋଲି ପ୍ରଭୁ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ବ୍ରହ୍ମ ପରିବର୍ତ୍ତନ ନୀତିରେ ବିଳମ୍ବ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର। ସେ କହିଛନ୍ତି ଯେ, ବିଳମ୍ବର କାରଣ ନେଇ ଅନୁଧ୍ୟାନ କରାଯିବ। ତ୍ରୁଟି ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

 

Related story