ସରିଲା ଘୋଷଯାତ୍ରା: ରତ୍ନ ସିଂହାସନରେ ଅଧିଷ୍ଠିତ ହେଲେ ଶ୍ରୀଜିଉ

ପୁରୀ: ନବ ଦିନାତ୍ମକ ଘୋଷଯାତ୍ରାରୁ ଫେରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଛନ୍ତି ଶ୍ରୀଜିଉ।  ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଭକ୍ତଙ୍କ ଗହଳିଚହଳି। ଗତକାଲି ରାତିରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଘୋଷଯାତ୍ରାର ଶେଷ ପର୍ଯ୍ୟାୟ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁସାରେ ପ୍ରଥମେ ରାମକୃଷ୍ଣ ଓ ମଦନ ମୋହନ ଦକ୍ଷିଣ ଘରକୁ ବିଜେ କରିଥିଲେ। ପରେ ଶ୍ରୀସୁଦର୍ଶନ, ପରେ ବଡ଼ ଠାକୁର ବଳଭ୍ରଦ ଓ ଦେବୀ ସୁଭ୍ରଦା ରତ୍ନ ସିଂହାସନକୁ ବିଜେ ହୋଇଥିଲେ । ଶେଷରେ ହୋଇଥିଲା […]

gaja-3

Rakesh Mallick
  • Published: Friday, 31 July 2015
  • , Updated: 31 July 2015, 02:16 AM IST

ପୁରୀ: ନବ ଦିନାତ୍ମକ ଘୋଷଯାତ୍ରାରୁ ଫେରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଛନ୍ତି ଶ୍ରୀଜିଉ।  ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଭକ୍ତଙ୍କ ଗହଳିଚହଳି। ଗତକାଲି ରାତିରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଘୋଷଯାତ୍ରାର ଶେଷ ପର୍ଯ୍ୟାୟ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁସାରେ ପ୍ରଥମେ ରାମକୃଷ୍ଣ ଓ ମଦନ ମୋହନ ଦକ୍ଷିଣ ଘରକୁ ବିଜେ କରିଥିଲେ। ପରେ ଶ୍ରୀସୁଦର୍ଶନ, ପରେ ବଡ଼ ଠାକୁର ବଳଭ୍ରଦ ଓ ଦେବୀ ସୁଭ୍ରଦା ରତ୍ନ ସିଂହାସନକୁ ବିଜେ ହୋଇଥିଲେ । ଶେଷରେ ହୋଇଥିଲା କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ । ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ଭେଟନୀତି କରାଯାଇଥିଲା। ରାତି ୧୧ଟା ୫୦ ମିନଟ ବେଳକୁ ଜଗନ୍ନାଥ ମହାପ୍ରଭୁ ସିଂହଦ୍ୱାର ପ୍ରବେଶ କରିଥିଲେ । ମହାପ୍ରଭୁ ଜୟବିଜୟ ଦ୍ୱାରକୁ ଯିବା ପରେ ସେଠାରେ ମହାଲକ୍ଷ୍ମୀ ଦ୍ୱାର ବନ୍ଦ କରି ଦେଇଥିଲେ । ପରମ୍ପରା ଅନୁସାରେ ସେଠାରେ ବଚନିକା ନୀତି କରାଯାଇଥିଲା। ପରେ ବିବାହ ଗଇଁଠାଳ ନୀତି ଓ ରସଗୋଲା ଭୋଗ ପରେ ରତ୍ନ ସିଂହାସନକୁ ବିଜେ କରଥିଲେ କାଳିଆ ଠାକୁର । ତିନି ଠାକୁର ରତ୍ନ ସିଂହାସନରେ ବିଜେ କରିବା ପରେ ବିଳମ୍ୱିତ ରାତିରେ ରୁନ୍ଧ କାର୍ଯ୍ୟ ଓ ଅନ୍ୟାନ୍ୟ ନୀତି ସମ୍ପାଦିତ ହୋଇଥିଲା ।

ଦୀର୍ଘ ୪ ମାସ ଧରି ଚାଲିଥିବା ଚତୁର୍ଦ୍ଧାମୂରତିଙ୍କ ଏହି ଦୁଲ୍ଲଭ ପରମ୍ପରାର ସମସ୍ତ କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ୨୦୧୫ ନବକଳେବର ପାଇଁ ଦୀର୍ଘ ୪ ବର୍ଷ ପୂର୍ବରୁ ପ୍ରସ୍ତୁତି ସହ ପୁରୀ ସହରର ଭିତ୍ତିଭୂମି ନିର୍ମାଣ କାମ ଆରମ୍ଭ ହୋଇଥିଲା । ନବକଳେବର ଯାତ୍ରା ଲାଗି ସମସ୍ତ ପ୍ରକାର ଆନୁସଙ୍ଗିକ କାର୍ଯ୍ୟ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲାଗି ସୁବିଧା ସୁଯୋଗ, ଯୋଗାଯୋଗ ଓ ଗମନାଗମନ କ୍ଷେତ୍ରର ଉନ୍ନତି, ପୁରୀ ସହର ଓ ଏହାର ଆଖାପାଖର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା । ଏହି ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବାରୁ ଏହି ମହାନ ଯାତ୍ରା ସହ ସମ୍ପୃକ୍ତ ସମସ୍ତ ବ୍ୟକ୍ତି, ସଂସ୍ଥା ତଥା ଅନୁଷ୍ଠାନକୁ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

Related story