ସରିଲା ମାଟ୍ରିକ ଖାତା ଦେଖା: ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ପରୀକ୍ଷା ଫଳ

ଭୁବନେଶ୍ୱର: ମାଟ୍ରିକ୍‌ ଖାତା ଦେଖା ଆଜି ଶେଷ ହୋଇଛି। ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି। ଫେବୃୟାରୀ ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖରେ ଶେଷ ହୋଇଥିଲା। ଚଳିତବର୍ଷ ମୋଟ ୬,୦୧,୩୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିପାଇଁ ୨୮୮୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଖାତା ଦେଖା ଲାଗି ୬୭ଟି ଇ-ବିଦ୍ୟାଳୟରେ କେନ୍ଦ୍ର କରାଯାଇଥିଲା। ଛୋଟମୋଟର କିଛି ଘଟଣାକୁ ଛାଡି ଦେଲେ […]

matric

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 12:36 PM IST

ଭୁବନେଶ୍ୱର: ମାଟ୍ରିକ୍‌ ଖାତା ଦେଖା ଆଜି ଶେଷ ହୋଇଛି। ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି। ଫେବୃୟାରୀ ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖରେ ଶେଷ ହୋଇଥିଲା। ଚଳିତବର୍ଷ ମୋଟ ୬,୦୧,୩୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିପାଇଁ ୨୮୮୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଖାତା ଦେଖା ଲାଗି ୬୭ଟି ଇ-ବିଦ୍ୟାଳୟରେ କେନ୍ଦ୍ର କରାଯାଇଥିଲା। ଛୋଟମୋଟର କିଛି ଘଟଣାକୁ ଛାଡି ଦେଲେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିଲା।

Related story