‘ନିଜେ ମୋବାଇଲରେ ପାସୱାର୍ଡ ପକାଇ ମୋ ପିଲାକୁ ହଇରାଣ କରୁଛନ୍ତି ’

ନୟାଗଡ଼(ଓଡ଼ିଶା ରିପୋର୍ଟର): ପରୀ ହତ୍ୟାକାଣ୍ଡ ପଛର ଲୋମଟାଙ୍କୁରା କାହାଣୀ  ଆଜି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗଣମାଧ୍ୟମ ସମ୍ମୁଖରେ ରଖିଥିବା ବେଳେ ଏହା କିନ୍ତୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଗିରଫ ସରୋଜ ସେଠୀର ମା’। ଘଟଣାର ୧୦ ଦିନ ପରେ ଯେତେବେଳେ ଝିଅର ହାଡ଼ ମିଳିଲା, ସେତେବେଳେ ଯଦି ଡାକ୍ତର ଜାଣିପାରିଲେନି ଦୁଷ୍କର୍ମ କଥା, ଏବେ କେମିତି ଅରୁଣ ବୋଥ୍ରା ଜାଣିପାରିଲେ ବୋଲି ପଚାରିଛନ୍ତି ସରୋଜ ମା’। ୫ ମାସ ହେଲା ଡାକ୍ତର ଜାଣିପାରୁ ନ […]

saroj

Niharika Rout
  • Published: Tuesday, 22 December 2020
  • , Updated: 22 December 2020, 02:26 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): ପରୀ ହତ୍ୟାକାଣ୍ଡ ପଛର ଲୋମଟାଙ୍କୁରା କାହାଣୀ  ଆଜି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗଣମାଧ୍ୟମ ସମ୍ମୁଖରେ ରଖିଥିବା ବେଳେ ଏହା କିନ୍ତୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ଗିରଫ ସରୋଜ ସେଠୀର ମା’।

ଘଟଣାର ୧୦ ଦିନ ପରେ ଯେତେବେଳେ ଝିଅର ହାଡ଼ ମିଳିଲା, ସେତେବେଳେ ଯଦି ଡାକ୍ତର ଜାଣିପାରିଲେନି ଦୁଷ୍କର୍ମ କଥା, ଏବେ କେମିତି ଅରୁଣ ବୋଥ୍ରା ଜାଣିପାରିଲେ ବୋଲି ପଚାରିଛନ୍ତି ସରୋଜ ମା’। ୫ ମାସ ହେଲା ଡାକ୍ତର ଜାଣିପାରୁ ନ ଥିବା କଥା କିପରି ହଠାତ୍‌ ଅରୁଣ ସାର୍‌ ଜାଣିପାରିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଥିସହ କହିଛନ୍ତି, ଗାଁର ଅନ୍ୟମାନଙ୍କ ବ୍ଲଡ଼ ଟେଷ୍ଟ ହୋଇଥିବା ବେଳେ ମୋ ପିଲାର ବାପା ନ ଥିବାରୁ ତାକୁ ଫସାଯାଉଛି। ବିନା କାରଣରୁ ମୋ ପୁଅକୁ ଫସାଯାଉଛି, ହଇରାଣ କରାଯାଉଛି। ବାଡ଼ାବାଡ଼ି କରି ନିର୍ଯାତନା ଦେଇ ହଁ ଭରିବାକୁ ମୋ ପିଲାକୁ ଧମକାଉଛନ୍ତି। କହୁଛନ୍ତି, ରାଜି ହୋଇଗଲେ କେସ୍‌ ଫାଇନଲା ହୋଇଯିବ।

ଗତକାଲି ପୁଅ ଆସିଥିବା ବେଳେ ବାଡ଼ାପିଟା କରି ରାଜି ହୋଇଯିବାକୁ କହୁଥିବା କାନ୍ଦି କାନ୍ଦି ଚିତ୍କାର କରି କହିଥିଲା । ସରୋଜ ଘଟଣା ସ୍ୱୀକାର କରିବାର ଅଡିଓ, ଭିଡିଓ ଥିବା କଥା ଅରୁଣ ବୋଥ୍ରା କହୁଥିବା ବେଳେ ଏହା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ସରୋଜର ମା’।

ଏହାବ୍ୟତୀତ ଗଣମାଧ୍ୟମ ସମ୍ମୁଖରେ ସେ କହିଛନ୍ତି, ଗତ ୨ ତାରିଖରେ ଆସି ଘରୁ ମୋବାଇଲ ନେଲେ। ଏହାପରେ ୧୦ ତାରିଖରେ ଆସି ପାସୱାର୍ଡ ପକାଯାଇଥିବା କହିଲେ। ଯଦି ପାସୱାର୍ଡ ପଡ଼ିଥିଲା ସେହିଦିନ ନ କହି ୮ ଦିନ ପରେ ଆସି କାହିଁକି ପଚରାଉଚରା କଲେ। ନିଜେ ପାସୱାର୍ଡ ପକାଇ ଗାଁ ସଭାପତି, ସେକ୍ରେଟିରିଙ୍କ ସମ୍ମୁଖରେ ତାହାକୁ ଖୋଲିବାକୁ ମୋ ପୁଅ, ଝିଅଙ୍କୁ କହିଲେ।  ମାତ୍ର କ’ଣ ପାସୱାର୍ଡ ପଡ଼ିଛି ଆମେ ଜାଣିନୁ ବୋଲି ସେମାନେ କହିଥିଲେ।  ମୋବାଇଲ ପାସୱାର୍ଡ ନିଜେ ପକାଇ ମୋ ପିଲାଙ୍କୁ କଷ୍ଟ ଦେଉଥିବା ଅଭିଯୋଗ ଆଣିଛନ୍ତି ସରୋଜଙ୍କ ମା’।

Related story