ଓଟିଭି ବିରୋଧରେ ଥମୁନି ଆକ୍ରୋଶ: ବିନା ନୋଟିସରେ ସାରୁଅ ଶିଳ୍ପାଞ୍ଚଳରେ ମହିଳା ସମିତି ପାଚେରିକୁ ତରବରିଆ ଭାବେ ଭାଙ୍ଗିଲା ପ୍ରଶାସନ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର)ଓଟିଭି ବିରୋଧରେ ଯେମିତି ଥମୁନି ରାଜ୍ୟ ସରକାରଙ୍କ ଆକ୍ରୋଶ । ଆଜି ବିନା ନୋଟିସ୍‌ରେ ସାରୁଅ ଶିଳ୍ପାଞ୍ଚଳରେ ମହିଳା ସମିତିର ପାଚେରିକୁ ଅତି ତରବରିଆ ଭାବେ ଭାଙ୍ଗିଛି ପ୍ରଶାସନ । ତେବେ ଭଙ୍ଗା ଯାଇଥିବା ପାଚେରି ଜବରଦଖଲ ସ୍ଥାନରେ ଉଠିଥିଲା କି ନାହିଁ ସେ କଥା କିନ୍ତୁ କହିବାକୁ ଥ-ଥ ମ-ମ ହୋଇଥିଲେ । ସେଠି ଉପସ୍ଥିତ ଥିବା ଉଭୟ ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବେଗୁନିଆ ତହସିଲଦାର ପ୍ରସଙ୍ଗରେ ମତ ରଖି ଓଟିଭି ନେଟଓ୍ୱର୍କ କହିଛି-ଆମେ […]

8976

8976

Tapas Behera
  • Published: Thursday, 15 October 2020
  • Updated: 15 October 2020, 08:15 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର)ଓଟିଭି ବିରୋଧରେ ଯେମିତି ଥମୁନି ରାଜ୍ୟ ସରକାରଙ୍କ ଆକ୍ରୋଶ । ଆଜି ବିନା ନୋଟିସ୍‌ରେ ସାରୁଅ ଶିଳ୍ପାଞ୍ଚଳରେ ମହିଳା ସମିତିର ପାଚେରିକୁ ଅତି ତରବରିଆ ଭାବେ ଭାଙ୍ଗିଛି ପ୍ରଶାସନ । ତେବେ ଭଙ୍ଗା ଯାଇଥିବା ପାଚେରି ଜବରଦଖଲ ସ୍ଥାନରେ ଉଠିଥିଲା କି ନାହିଁ ସେ କଥା କିନ୍ତୁ କହିବାକୁ ଥ-ଥ ମ-ମ ହୋଇଥିଲେ । ସେଠି ଉପସ୍ଥିତ ଥିବା ଉଭୟ ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବେଗୁନିଆ ତହସିଲଦାର ପ୍ରସଙ୍ଗରେ ମତ ରଖି ଓଟିଭି ନେଟଓ୍ୱର୍କ କହିଛି-ଆମେ ଆମ ଜମିରେ ମହିଳା ସମିତି ପାଇଁ ସିଏସ୍ଆର କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ମାଣ କାମ କରିଥିଲୁ ଏହାର ନିଜସ୍ୱ ପାଚେରି ରହିଛି।

ଆଜି ହଠାତ୍ ସକାଳୁ ସକାଳୁ ଜେସିବି ମେସିନ୍ ସହ ଦଳବଳ ଧରି ଖୋର୍ଦ୍ଧା ସାରୁଅରେ ଥିବା ମହିଳା ସମିତିର ପାଚେରିକୁ ଆଜି ଏମିତି ତରବରିଆ ଭାବେ ଭାଙ୍ଗିଛି ପ୍ରଶାସନ । ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବେଗୁନିଆ ତହସିଲଦାର ଉଭୟେ ସେଠି ଉପସ୍ଥିତ ଥିଲେ, ହେଲେ ଜମି ଜବରଦଖଲ ଅଭିଯୋଗ ନେଇ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ପରେ ବି ବିନା ନୋଟିସ୍‌ରେ ଅକସ୍ମାତ କାର୍ଯ୍ୟାନୁଷ୍ଠାନ କାହିଁକି ବୋଲି ଜାଣିବାକୁ ଚାହିଁବାରୁ କେହି କିନ୍ତୁ ସିଧା ଉତ୍ତର ଦେଇନଥିଲେ । କିଏ ବୁଲେଇ ବଙ୍କେଇ ଉତ୍ତର ରଖିଥିଲେ ତ ଆଉ କିଏ ସବୁ ଜାଣି କଥାକୁ ଗୋଳେଇବାକୁ ଚେଷ୍ଟା କରିଥିଲେ ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ଥିଲା। ଜବରଦଖଲ କିଏ କରିଛି ସେ ସମ୍ପର୍କରେ କିନ୍ତୁ ଉପଜିଲ୍ଲାପାଳ କି ତହସିଲଦାର ସମସ୍ତେ ଖାଲି ତଥ୍ୟ ଖୋଜୁଛନ୍ତି ବୋଲି କହିଥିଲେ। ଆଉ ଉଭୟଙ୍କ ମୁହଁରେ ଥିଲା କେବଳ ସେହି ଗୋଟିଏ ଘୋଷା ପ୍ରାକୃତିକ ଜଳସ୍ରୋତ ପାଇଁ ରାସ୍ତା ନଥିବାରୁ ଉଚ୍ଛେଦ କରାଯାଉଛି କାହା ଜମିରେ ଏ ପାଚେରି ହୋଇଛି ସେ ନେଇ ପରେ ଜଣାପଡ଼ିବ।

ତାହାଲେ ଏଠି ପ୍ରଶ୍ନ ଆଉ କେତେ ଦିନ ଧରି ମାପଚୁପ କଲେ ଜବରଦଖଲର ସଠିକ୍ ତଥ୍ୟ ପାଇବ ପ୍ରଶାସନ? ଏମିତିକି ଗତ ୬ ତାରିଖରେ ଏଠାକୁ ମାପଚୁପ ପାଇଁ ଆସିଥିବା ତହସିଲ ପକ୍ଷରୁ ନିଯୁକ୍ତ ସରକାରୀ ଅମିନ ଶଙ୍କର୍ଷଣ ପାଇକରାୟ ବି ସଫା ସଫା କହିଥିଲେ, ସାରୁଅରେ ଥିବା ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ୍ କୌଣସି ଜମି ଜବରଦଖଲ କରିନାହିଁ। ପ୍ଲଟ ମାପ କଲା ବେଳେ ନକ୍ସା ମୁତାବକ ସରଜମିନ ଠିକ ରହିଛି ଓ ଧାନ ବିଲ ଅଛି ଏବଂ ଚାଷ ବି ହୋଇଛି ବୋଲି କହିଥିଲେ ସରକାରୀ ଅମିନ। ତାସହ ଯେଉଁ ସ୍ଥାନରେ ପୋଖରୀ ଥିଲା ସେଠାରେ ଅଛି ଓ ବ୍ୟବହାର କରିବାରେ ସେମାନଙ୍କର କୌଣସି ଅସୁବିଧା ନାହିଁ ବୋଲି ବି କହିଥିଲେ ସ୍ଥାନୀୟ ଲୋକେ।

ତେବେ ସାରୁଅରେ ଥିବା ମହିଳା ସମିତିର ପାଚେରିକୁ ପ୍ରଶାସନ ତରବରିଆ ଭାବେ ଭାଙ୍ଗିବା ପ୍ରସଙ୍ଗରେ ମତ ରଖିଛି ଓଟିଭି ନେଟଓ୍ୱର୍କ । କହିଛି-ଆମେ ଆମ ଜମିରେ ମହିଳା ସମିତି ପାଇଁ ସିଏସ୍ଆର କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ମାଣ କାମ କରିଥିଲୁ । ଏହାର ନିଜସ୍ୱ ପାଚେରି ରହିଛି ।  ଆଜି ଭୋରରୁ ତହସିଲଦାର ଓ ତାଙ୍କ ଟିମ ଆସି ପାଚେରି ଭାଙ୍ଗା କାମ ଆରମ୍ଭ କରିଥିଲେ । ସେମାନେ ଆଗରୁ କୌଣସି ନୋଟିସ ଦେଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story