ମଧ୍ୟବର୍ତ୍ତିକାଳୀନ ପୁଲିସ୍‌ ଡିଜି ହେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ରାତାରାତି ପୁଲିସ୍‌ ମହାନିର୍ଦ୍ଦେଶକ ବିକେ ଶର୍ମାଙ୍କୁ ବିଦା କରିବା ପରେ ମଧ୍ୟବର୍ତ୍ତିକାଳୀନ ପୁଲିସ୍‌ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ୍ ମହାନ୍ତି । ଗତକାଲି ଆବଶକୀୟ କାଗଜପତ୍ରରେ ସେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଆଜି କଟକ ପୁଲିସ୍‌ ମୁଖ୍ୟାଳୟରେ ପହଞ୍ଚି କାର୍ଯ୍ୟଭାର ଗ୍ରହଣ କରିବେ। ଜେଲ୍‌ ବିଭାଗ ଡିଜି ଥିବା ସତ୍ୟଜିତ୍ ମହାନ୍ତି  ପୂର୍ବରୁ ପୁଲିସ୍‌ କମିଶନର ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି। ବି. କେ ଶର୍ମାଙ୍କ ଜାଗାରେ […]

commi-1

commi-1

Niharika Rout
  • Published: Thursday, 21 November 2019
  • Updated: 21 November 2019, 08:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ରାତାରାତି ପୁଲିସ୍‌ ମହାନିର୍ଦ୍ଦେଶକ ବିକେ ଶର୍ମାଙ୍କୁ ବିଦା କରିବା ପରେ ମଧ୍ୟବର୍ତ୍ତିକାଳୀନ ପୁଲିସ୍‌ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ୍ ମହାନ୍ତି । ଗତକାଲି ଆବଶକୀୟ କାଗଜପତ୍ରରେ ସେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଆଜି କଟକ ପୁଲିସ୍‌ ମୁଖ୍ୟାଳୟରେ ପହଞ୍ଚି କାର୍ଯ୍ୟଭାର ଗ୍ରହଣ କରିବେ।

ଜେଲ୍‌ ବିଭାଗ ଡିଜି ଥିବା ସତ୍ୟଜିତ୍ ମହାନ୍ତି  ପୂର୍ବରୁ ପୁଲିସ୍‌ କମିଶନର ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି। ବି. କେ ଶର୍ମାଙ୍କ ଜାଗାରେ ସତ୍ୟଜିତଙ୍କୁ ତତ୍‌କ୍ଷଣାତ ମଧ୍ୟବର୍ତ୍ତୀକାଳୀନ ଦାୟିତ୍ୱ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ପୁଲିସ୍‌ ମହାନିର୍ଦ୍ଦେଶକ ବିକେ ଶର୍ମାଙ୍କ ବଦଳି  ପରେ ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟଙ୍କୁ ରାଜ୍ୟର ନୂଆ ପୁଲିସ୍‌ ଡିଜି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଦାୟିତ୍ୱ ନେବା ପର୍ଯ୍ୟନ୍ତ  ସତ୍ୟଜିତ୍ ମହାନ୍ତି ଏହି ପଦବୀରେ ରହିବେ। ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ବିକେ ଶର୍ମାଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନୂଆ ନିଯୁକ୍ତି ମିଳିଛି ।

ନୂଆ ଡିଜିପି ଅଭୟ ଏବେ ନ୍ୟାସନାଲ ପୁଲିସ୍‌ ଏକଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେପଟେ ମଧ୍ୟବର୍ତ୍ତିକାଳୀନ ପୁଲିସ୍‌ ଡିଜି ସତ୍ୟଜିତ୍ ମହାନ୍ତିଙ୍କୁ ମଧ୍ୟ ନୂଆ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ଜେଲ୍‌ ବିଭାଗ ଡିଜି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି ଭାବେ ନିଯୁକ୍ତି ମିଳିଛି । ସେହିଭଳି ବିକେ ଶର୍ମାଙ୍କୁ ଅଗ୍ନିଶମ ଡିଜି ପଦରୁ ଅନ୍ତର କରାଯାଇଥିବାରୁ ସୁନୀଲ ରାୟଙ୍କୁ ନୂଆ ଅଗ୍ନିଶମ ଡିଜି ପଦବୀ ମିଳିଛି।

ଉଲ୍ଲେଖଯୋଗ୍ୟ ଯେ,  ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ  ଡିଜିପି ଦାୟିତ୍ୱ ଓ ଅଗ୍ନିଶମ ବିଭାଗ ଡିଜି ପଦରୁ ବିଜୟ କୁମାର ଶର୍ମାଙ୍କୁ ବିଦା ହେବାକୁ ପଡ଼ିଛି।   ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।  ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଗୃହ ସଚିବ ଏହି କମିଟିରେ ସଦସ୍ୟ ଅଛନ୍ତି।

ଓଡ଼ିଶା ଡିଜିପି ପଦ ପାଇଁ UPSC ୩ ଜଣଙ୍କ ନାଁ ପଠାଇଥିଲା। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।  ଏହି ତାଲିକାରେ ବି. କେ ଶର୍ମା, ଅଭୟ ଓ ପ୍ରଦୀପ କାପୁରଙ୍କ ନାଁ ଥିଲା। UPSC ପଠାଇଥିବା ସମସ୍ତ ୩ ଜଣ ୧୯୮୬ ବ୍ୟାଚର  ଆଇପିଏସ୍‌ ଅଫିସର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story