ସତ୍ତ୍ୱଲିପିରେ ସଂଶୋଧନର ଆବଶ୍ୟକତା ରହିଛି: ମୁକ୍ତିମଣ୍ଡପ ସଭା

ପୁରୀ: ବହ୍ମ ବିଭ୍ରାଟ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ପରାମର୍ଶ ଦିଆଯାଇଛି । ପରିଚାଳନା କମିଟିକୁ ଲିଖିତ ଭାବେ ଦିଆଯାଇଥିବା ଏହି ପରାମର୍ଶରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି, ଶ୍ରୀମନ୍ଦିର ସତ୍ତ୍ୱଲିପିରେ ବ୍ରହ୍ମ ସଂସ୍ଥାପନ ସମୟରେ ଦଇତା ସେବାୟତଙ୍କ ଭୂମିକା ଓ ପତିମହାପାତ୍ରଙ୍କ ସେବା ନେଇ ଭିନ୍ନ ଭିନ୍ନ କଥା ଉଲ୍ଲେଖ ରହିଛି । ଦୁଇଟି ସେବାକୁ ନେଇ ସାମଞ୍ଜସ୍ୟ ରହୁ ନ ଥିବାରୁ ବ୍ରହ୍ମ ସଂସ୍ଥାପନ ବେଳେ ଏଭଳି […]

muktimandapa

Rakesh Mallick
  • Published: Sunday, 05 July 2015
  • , Updated: 05 July 2015, 06:35 AM IST

ପୁରୀ: ବହ୍ମ ବିଭ୍ରାଟ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ପରାମର୍ଶ ଦିଆଯାଇଛି । ପରିଚାଳନା କମିଟିକୁ ଲିଖିତ ଭାବେ ଦିଆଯାଇଥିବା ଏହି ପରାମର୍ଶରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି, ଶ୍ରୀମନ୍ଦିର ସତ୍ତ୍ୱଲିପିରେ ବ୍ରହ୍ମ ସଂସ୍ଥାପନ ସମୟରେ ଦଇତା ସେବାୟତଙ୍କ ଭୂମିକା ଓ ପତିମହାପାତ୍ରଙ୍କ ସେବା ନେଇ ଭିନ୍ନ ଭିନ୍ନ କଥା ଉଲ୍ଲେଖ ରହିଛି । ଦୁଇଟି ସେବାକୁ ନେଇ ସାମଞ୍ଜସ୍ୟ ରହୁ ନ ଥିବାରୁ ବ୍ରହ୍ମ ସଂସ୍ଥାପନ ବେଳେ ଏଭଳି ବିବାଦୀୟ ପରିସ୍ଥିତି ଉପୁଜିଲା। ତେଣୁ ସତ୍ତ୍ୱଲିପିରେ ସଂଶୋଧନ କରାଯିବା ଆବଶ୍ୟକ ବୋଲି ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ କୁହାଯାଇଛି। ଏଥିପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଲିଖିତ ଭାବେ ମୁକ୍ତିମଣ୍ଡପ ପଣ୍ଡିତ ସଭାର କାର୍ଯ୍ୟକାରୀ ସଭାପତି ପରାମର୍ଶ ଦେଇଛନ୍ତି।

Related story