ସମ୍ବଲପୁର: ପଶ୍ଚିମ ଓଡ଼ିଶା ଶିଳ୍ପାନୁଷ୍ଠାନଗୁଡିକରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦାବିରେ କୋଶଳ ସଂଘର୍ଷ ଯୁବ ସେନାର ବିକ୍ଷୋଭ

ସମ୍ବଲପୁର: ପଶ୍ଚିମ ଓଡ଼ିଶା ଶିଳ୍ପାନୁଷ୍ଠାନଗୁଡିକରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ଦାବିରେ କୋଶଳ ସଂଘର୍ଷ ଯୁବସେନା ପକ୍ଷରୁ ବୁଧବାର ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହିତ ଆନ୍ଦୋଳନକାରୀମାନେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଏକ ଦାବିପତ୍ର ଦେଇଥିଲେ। ଦାବିଗୁଡିକ ପୂରଣ ନ ହେଲେ ଆଗକୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଲିସପିତ ମିଶ୍ର।ଶତାଧିକ ଯୁବକ ଓ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ […]

sambalpur

Rakesh Mallick
  • Published: Wednesday, 15 July 2015
  • , Updated: 15 July 2015, 10:34 AM IST

ସମ୍ବଲପୁର: ପଶ୍ଚିମ ଓଡ଼ିଶା ଶିଳ୍ପାନୁଷ୍ଠାନଗୁଡିକରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ଦାବିରେ କୋଶଳ ସଂଘର୍ଷ ଯୁବସେନା ପକ୍ଷରୁ ବୁଧବାର ଉତ୍ତରାଞ୍ଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହିତ ଆନ୍ଦୋଳନକାରୀମାନେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ଏକ ଦାବିପତ୍ର ଦେଇଥିଲେ। ଦାବିଗୁଡିକ ପୂରଣ ନ ହେଲେ ଆଗକୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଲିସପିତ ମିଶ୍ର।ଶତାଧିକ ଯୁବକ ଓ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି  ଆରଡିସିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କର ମୁଖ୍ୟ ଦାବିଗୁଡିକ ହେଉଛି ଜିଲ୍ଲା ସ୍ତରୀୟ ନିଯୁକ୍ତିକୁ ରାଜ୍ୟ ସ୍ତରୀୟ ନ କରିବା, ଶିକ୍ଷକ ନିଯୁକ୍ତିକୁ ଜିଲ୍ଲା ସ୍ତରୀୟ କରିବା, ଶିଳ୍ପାଞ୍ଚଳରେ କେବଳ ସ୍ଥାନୀୟଲୋକଙ୍କୁ ନିଯୁକ୍ତି ଓ ଆଉଟସୋର୍ସିଂ ନିଯୁକ୍ତିକୁ ବନ୍ଦ କରିବା।

Related story