ରତ୍ନଭଣ୍ଡାର ଚାବି ହଜିବା ଓ ଶ୍ରୀମନ୍ଦିର ପରିଚାଳନା ମାମଲାରେ ଏମିତି କହିଲେ ସୁପ୍ରିମକୋର୍ଟ

Ordigital Desk
• Published: Friday, 08 June 2018
• , Updated: 08 June 2018, 02:22 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଓ ଶ୍ରୀମନ୍ଦିର ପରିଚାଳନାରେ ତ୍ରୁଟି ଅଭିଯୋଗ ସମ୍ପର୍କରେ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଚାବି ପ୍ରସଙ୍ଗରେ ହାଇକୋର୍ଟରେ ବିଚାର ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ଶ୍ରୀମନ୍ଦିର ପରିଚାଳନାରେ ତ୍ରୁଟି ଅଭିଯୋଗ ସମ୍ପର୍କରେ ମଧ୍ୟ ଶୁଣାଣି କରିଛନ୍ତି। କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା ନେଇ ଜିଲ୍ଲା କୋର୍ଟ ଏକ କମିଟି ଗଠନ କରି ତଦନ୍ତ କରିବେ। ରାଜ୍ୟ ସରକାରଙ୍କୁ ମଧ୍ୟ ବିଶେଷଜ୍ଞ କମିଟି ଗଠନ ପାଇଁ କୁହାଯାଇଛି।

ଦେଶର ଅନ୍ୟ ପ୍ରତିଷ୍ଠିତ ମନ୍ଦିର ଅନୁଧ୍ୟାନ କରି ଜୁନ୍ ୩୦ ତାରିଖ ଭିତରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଜୁଲାଇ ୫ରେ ଶ୍ରୀମନ୍ଦିର ପରିଚାଳନା ତ୍ରୁଟି ନେଇ ପରବର୍ତ୍ତୀ ଶୁଣାଣି ହେବ।

କଟକ ବାସିନ୍ଦା ମୃଣାଳିନୀ ପାଢୀଙ୍କ ପକ୍ଷରୁ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Related story