ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଧାନୀରେ ଡେଙ୍ଗୁକୁ ମୁକାବଲା ପାଇଁ ବିଏମସିର ପ୍ରଚେଷ୍ଟା । ଘର ଘର ବୁଲି ଲୋକମାନଙ୍କୁ ସଚେତନତା କରୁଛି ବିଏମସି । ଡେଙ୍ଗୁର ଲକ୍ଷଣ ସହ ନିରାକରଣ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ବର୍ଷା ଦିନ ଶେଷ ପର୍ଯ୍ୟନ୍ତ ଏହି ସଚେତନ କାଯ୍ୟକ୍ରମ ଚାଲିବ ବୋଲି ସୂଚନା ଦିଆଯାଇଛି । ଶୈଳୀଶ୍ରୀ ବିହାର ଓ ନୀଳାଦ୍ରି ବିହାରର ଅନେକ ବସ୍ତି ଓ ଅନ୍ୟ ଅଞ୍ଚଳକୁ ମଧ୍ୟ ଫୋକସରେ ରହିବ। ରାଜଧାନୀରେ ବିଭିନ୍ନ ନାଳନର୍ଦମା ସଫେଇ ସହ ଅନାବନା ଜଙ୍ଗଲକୁ ସଫା କରିବାକୁ କାଯ୍ୟ ଆଗେଇ ନିଆଯାଇଛି । ବିଏମସିର ସ୍ୱତନ୍ତ୍ର ଟିମ ସହ ଡାକ୍ତରୀ ଟିମ ମଧ୍ୟ୍ୟ ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ସଚେତନ କରିବେ। ଲୋକଙ୍କୁ ମଶାରି ବ୍ୟବହାର କରିବା ଓ ଘର ବାହାର ସଫା ରଖିବା , ଛାତ ଉପରେ ଅନାବଶ୍ୟକ ଟାୟାର ଫୋପାଡି ନ ରଖିବା ସହ ଘରେ ଲାଗିଥିବା ଗଛ ଗୁଡିକରେ କିଭଳି ପାଣି ନ ଜମିବ ସେନେଇ ସଚେତନ ରହିବାକୁ ବିଏମସି ସଚେତନ କରିଛି।