ଏସ୍‌ସିବି ଯୌନ ନିର୍ଯାତନା ମାମଲା: ଶୁଣନ୍ତୁ ପୀଡ଼ିତାଙ୍କ ପୂରା ବୟାନ

Ordigital Desk
  • Published: Monday, 09 October 2017
  • , Updated: 09 October 2017, 10:46 PM IST
<p>କଟକ,(ଓଡ଼ିଶାରିପୋର୍ଟର):ପୁଣି ଚର୍ଚ୍ଚାରେ କଟକ ଏସ୍&zwnj;ସିବି ମେଡ଼ିକାଲ କଲେଜ। କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ। କଲେଜର ଜଣେ ଆସୋସିଏଟ୍ ପ୍ରଫେସର ଓ ସିନିୟର ରେସିଡେଣ୍ଟଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। କେବଳ ସେତିକି ନୁହେଁ ଛାତ୍ରୀ ଜଣକ ଡେଣ୍ଟାଲ ବିଭାଗର ଏଚ୍&zwnj;ଓଡିଙ୍କ ବିରୋଧରେ ମଧ୍ୟ ଦୁର୍ବ୍ୟହାର ଅଭିଯୋଗ ଆଣିଛନ୍ତି। ଏନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହେବା ପରେ ପୋଲିସ ୩୫୪, ୩୫୪ ଏ, ୨୯୪, ୩୨୩, ୫୦୬, ୪୩ ଆଇପିସିରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଛାତ୍ରୀଙ୍କୁ କେମିତି ଦିଆଯାଇଥିଲା ନିର୍ଯାତନା ତାକୁ ସେ ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ପଢନ୍ତୁ ପୁରା ଅଭିଯୋଗ କ&rsquo;ଣ&nbsp; ଥିଲା ଛାତ୍ରୀ ଜଣକର। ଆଉ ତାଙ୍କ ମୁହଁରେ ମଧ୍ୟ ଶୁଣନ୍ତୁ ।</p> <p>ଗତବର୍ଷ ମୁଁ ସେକେଣ୍ଡ ଇଅର ପିଜିରେ ଜଏନ୍&zwnj; କରିଥିଲି। ଆରମ୍ଭରୁ ସବୁ ଠିକ୍ ଠାକ୍&zwnj; ଥିଲା।&nbsp; ପରେ ମୋତେ ୨-୩ ଥର ଡକାଗଲା। କହିଲେ ଏତେ ଦୂରରୁ ଆସିଛ। କେମିତି ରହିବ। ଏମିତି ଅନେକ କିଛି କୁହାଗଲା। ମୁଁ ଏହାକୁ ନର୍ମାଲି ନେଲି। ପରେ ମୋର ପେରିଫେରି ପୋଷ୍ଟିଂ ଆରମ୍ଭ ହେଲା। ମୁଁ ପେରିଫେରିକୁ ଚାଲିଗଲି। ଫେବୃୟାରୀରେ ମୁଁ ଯେତେବେଳେ ଡିପାର୍ଟମେଣ୍ଟକୁ ଫେରିଲି, ସେତେବେଳେ ନିର୍ଯାତନା ଆରମ୍ଭ ହୋଇଗଲା। କଲେଜରେ ଦୁଇ ଜଣ ପ୍ରଫେସର ବହୁତ ସମୟରେ ଖରାପ କମେଣ୍ଟ କରନ୍ତି। ଅଶ୍ଲୀଳ ଇସାରା ବି ଦିଅନ୍ତି। କେତେବେଳେ ଆଖିମାରୁ ଥିଲେ। ଆଉ କେତେବେଳେ ଅନ୍ୟ କିଛି କରୁଥିଲେ। ଧୀରେ ଧୀରେ ନିଜ ଘରକୁ ଡାକିବାକୁ ଆରମ୍ଭ କଲେ। ୱାର୍ଡ଼ ପରିଦର୍ଶନ ସାରି କେସ୍&zwnj; ଡିସକସନ ପାଇଁ ମୋତେ ରୁମ୍&zwnj;କୁ ଡାକୁ ଥିଲେ। ସେଠାରେ ଯାହା କରୁଥିଲେ, ତାହା କହିହେବ ନାହିଁ। ଏହା ପରେ ବି ମୁଁ ସବୁ ସହି ଯାଉଥିଲି। କାହିଁକି ନା ମୁଁ ବହୁ ଦୂରରୁ ଆସିଥିଲି । ଉତ୍ତରାଖଣ୍ଡରୁ ଆସିଛି।</p> <p>ଓଡ଼ିଶା ବିଷୟରେ ମୋତେ କିଛି ବିଶେଷ ଜଣା ନ ଥିଲା। ଏଠିକାର ଭାସା ବି ଆସେନି। କିଛି ବି ଜଣା ନ ଥିଲା। ଅସହାୟ ମନେ କରୁଥିଲି। ଏଥିପାଇଁ ଚୁପ୍&zwnj; ଥିଲି। ଖାଲି ଡିଗ୍ରୀ ପାଇଁ ପୁରା ନର୍ଥ ଛାଡ଼ିକି ଓଡ଼ିଶାରେ ଆଡମିଶନ୍&zwnj; ନେଇଥିଲି। ତା&rsquo;ପାଇଁ ବି ମୋତେ ଭୟ ଲଗୁଥିଲା। କାରଣ ମୋତେ ଡିଗ୍ରୀ ପାଇଁ ବି ଧମକଚମକ ଦିଆଯାଉଥିଲା। କେମିତି ତୁମେ ଏଠୁ ପାସ୍ ହେବୁ ଆମେ ଦେଖିବା। ଏମିତି ଅନେକ କିଛି ଧମକ ଦେଇ ଡରାଉଥିଲେ। ଏହି କାରଣରୁ ମୁଁ ନୀରବ ରହୁଥିଲି। ଶେଷରେ ଏସବୁ ଯେତେବେଳେ ଚରମସୀମାରେ ପହଞ୍ଚିଲା ଘର ଲୋକଙ୍କୁ କହିବା ପାଇଁ ଉଚିତ୍ ମନେଲ କଲି।&nbsp; ଘରଲୋକଙ୍କୁ ଯେତେବେଳେ କହିଲି ଏଚ୍&zwnj;ଓଡି ସାରଙ୍କ ସହ କିଛି ଆଲୋଚନା କର। ମୁଁ ଏଚ୍&zwnj;ଓଡି ସାରଙ୍କ ପାଖକୁ ଯିବାକୁ ବି ଭୟ କରୁଥିଲି। କାରଣ ଜଏନ୍&zwnj; ସମୟରେ ଏଚ୍&zwnj;ଓଡି ସାର କଲେଜର କିଛି ନିୟମମାନୁନ୍&zwnj; ବତାଇଥିଲେ। କହିଥିଲେ ଏଠି ସିନିୟରମାନେ ସବୁବେଳେ ଠିକ୍&zwnj;।&nbsp; ସିନିୟରଙ୍କ ବିରୋଧରେ କୌଣସି ସ୍ୱର ଉତ୍ତୋଳନ କରିପାରିବ ନାହିଁ। ହୁଏତ ତୁମେ ଲାଇକ୍ କର କି ନକର ତୁମକୁ&nbsp; ୩ ବର୍ଷ ପାଇଁ ଏହି ନିୟମ ମାନିବାକୁ ପଡ଼ିବ। ତେଣୁ ମୋତେ ଡର ଥିଲା ଯଦି ମୁଁ ଦୁଇ ଜଣ ସିନିୟରଙ୍କ ବିରୋଧରେ ଅଭିଯୋଗ ନେଇ ଯିବ କଣ କହିବେ ନାହିଁ। ତଥାପି ମୁଁ ସାହସ ଜୁଟାଇ ଏଚ୍&zwnj;ଓଡି ପାଖକୁ ଗଲି। କିନ୍ତୁ ସେ ମୋ କଥା ଶୁଣିବା ପୂର୍ବରୁ ସେ ଗାଳିଦେବା ଆରମ୍ଭ କରିଦେଲେ। କହିଲେ ୟୁ ବାଷ୍ଟାର୍ଡ଼। ହାଓ ଡେୟାର ୟୁ କମ୍ପ୍ଲେନ ଆଗ୍ନେଷ୍ଟ ମାଇଁ ଆସୋସିଏଟ୍&zwnj; ପ୍ରଫେସର ? ଗେଟ୍ଆ&zwnj; ଉଟ ଫ୍ରମ ମାଇଁ ଡିପାର୍ଟମେଣ୍ଟ। ଯେତେବେଳେ ମୁଁ ଦ୍ୱିତୀୟଥର ପାଇଁ କିଛି କହିବା ପାଇଁ ଚାହିଁଲି &nbsp;ସେ ପୁରାପୁରି ରାଗିଗଲେ। ଆଉ ମୋ&rsquo; ଗଳାକୁ ଦବେଇକି ଧକ୍କା ମାରି ବାହାର କରିଦେଲେ। ତାଙ୍କ କ୍ୟାବିନ ଓ ଡିପାର୍ଟମେଣ୍ଟରୁ ବାହାର କରିଦେଲେ। ତାପରେ ମୁଁ ପଳାଇ ଆସି ଶେଷରେ ଥାନାରେ ଅଭିଯୋଗ କଲି।</p>

Related story