ଏସ୍‌ସିବି ୟୁରୋଲୋଜି ବିଭାଗରୁ ହଟିଲେ ଡା.ଦତ୍ତେଶ୍ୱର ହୋତା

କଟକ(ପ୍ରଭାତ ବିଷୋୟୀ): ଶେଷରେ ହଟିଲେ ଏସ୍‌ସିବି ୟୁରୋଲୋଜି ବିଭାଗ ମୁଖ୍ୟ ଡା.ଦତ୍ତେଶ୍ୱର ହୋତା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡାକ୍ତର ଦତ୍ତେଶ୍ୱରଙ୍କୁ ହଟାଇଛି ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏହାଛଡ଼ା ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡା. ଦତ୍ତେଶ୍ୱରଙ୍କୁ ପରୀକ୍ଷା ପରିଚାଳନାରୁ ଦୂରେଇ ରଖିବାକୁ ରହିଛି ନିର୍ଦ୍ଦେଶ। ଏନେଇ ଡିନ୍ ଓ ପ୍ରିନ୍ସପାଲଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଦତ୍ତେଶ୍ୱରଙ୍କ ସ୍ଥାନରେ ଡାକ୍ତର ଜ୍ଞାନପ୍ରତାପ ସିଂହଙ୍କୁ ବିଭାଗୀୟ ଦାୟିତ୍ୱ ମିଳିଛି। ନିଜ କ୍ଲିନିକରେ ଡାକ୍ତର ଦତ୍ତେଶ୍ୱର […]

scb

Rakesh Mallick
  • Published: Saturday, 26 May 2018
  • , Updated: 26 May 2018, 01:16 PM IST

କଟକ(ପ୍ରଭାତ ବିଷୋୟୀ): ଶେଷରେ ହଟିଲେ ଏସ୍‌ସିବି ୟୁରୋଲୋଜି ବିଭାଗ ମୁଖ୍ୟ ଡା.ଦତ୍ତେଶ୍ୱର ହୋତା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡାକ୍ତର ଦତ୍ତେଶ୍ୱରଙ୍କୁ ହଟାଇଛି ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏହାଛଡ଼ା ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡା. ଦତ୍ତେଶ୍ୱରଙ୍କୁ ପରୀକ୍ଷା ପରିଚାଳନାରୁ ଦୂରେଇ ରଖିବାକୁ ରହିଛି ନିର୍ଦ୍ଦେଶ। ଏନେଇ ଡିନ୍ ଓ ପ୍ରିନ୍ସପାଲଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।

ଦତ୍ତେଶ୍ୱରଙ୍କ ସ୍ଥାନରେ ଡାକ୍ତର ଜ୍ଞାନପ୍ରତାପ ସିଂହଙ୍କୁ ବିଭାଗୀୟ ଦାୟିତ୍ୱ ମିଳିଛି। ନିଜ କ୍ଲିନିକରେ ଡାକ୍ତର ଦତ୍ତେଶ୍ୱର ପିଲାଙ୍କୁ ଖଟାଉଥିବା ନେଇ ବିଭାଗୀୟ ଛାତ୍ରଛାତ୍ରୀ ଅଭିଯୋଗ ଆଣିଥିଲେ। ଘଟଣା ସମ୍ପର୍କରେ ଅଭିଯୋଗ ଆସିବା ପରେ ବିଭାଗ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Related story