ଏସ୍‌ସିବି ମେଡିକାଲ ନିଶ୍ଚେତକ ବିଭାଗ ମୁଖ୍ୟ ଡାକ୍ତର ଲକ୍ଷ୍ମୀପ୍ରସାଦ ଦାସ ନିଲମ୍ୱିତ

କଟକ: ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭଯୋଗରେ ଗିରଫ ହୋଇଥିବା ଡାକ୍ତର ଲକ୍ଷ୍ମୀପ୍ରସାଦ ଦାସଙ୍କୁ ସୋମବାର ଚାକିରିରୁ ନିଲମ୍ୱିତ କରାଯାଇଛି। ପିଜି ପ୍ରଥମ ବର୍ଷର ଛାତ୍ରୀ ବିଭାଗୀୟ ମୁଖ୍ୟ ଡା ପ୍ରଫେସର ଦାସଙ୍କ ନାମରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ନେଇ ଗତ ସୋମବାର ସେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତାଙ୍କ ଜାମିନ୍ ଆବେଦନ ଖାରଜ ହେବା […]

scb-docter

Rakesh Mallick
  • Published: Monday, 29 February 2016
  • , Updated: 29 February 2016, 09:06 AM IST

କଟକ: ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭଯୋଗରେ ଗିରଫ ହୋଇଥିବା ଡାକ୍ତର ଲକ୍ଷ୍ମୀପ୍ରସାଦ ଦାସଙ୍କୁ ସୋମବାର ଚାକିରିରୁ ନିଲମ୍ୱିତ କରାଯାଇଛି। ପିଜି ପ୍ରଥମ ବର୍ଷର ଛାତ୍ରୀ ବିଭାଗୀୟ ମୁଖ୍ୟ ଡା ପ୍ରଫେସର ଦାସଙ୍କ ନାମରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ନେଇ ଗତ ସୋମବାର ସେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତାଙ୍କ ଜାମିନ୍ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। ତାଙ୍କ ବିରୋଧରେ ଆଇପିସି ଧାରା ୩୫୪ (ଏ) ଓ ୩୫୪ (ଡି)ରେ ମାମଲା ରୁଜୁ କରାଯାଇଥିଲା।

ଅନ୍ୟପକ୍ଷେ ଗିରଫ ଡାକ୍ତରଙ୍କ ପତ୍ନୀ ଏହାକୁ ଷଡଯନ୍ତ୍ର ବୋଲି ଅଭିଯୋଗ କରିଥିଲେ। ପାଠପଢାକୁ ନେଇ ତାଗିଦ୍ ଯୋଗୁଁ ଅନ୍ୟମାନଙ୍କ ପ୍ରରୋଚନାରେ ଆସି ଛାତ୍ରୀ ଜଣଙ୍କ ଏଭଳି ଅଭିଯୋଗ ଆଣିଥିବା ସେ କହିଥିଲେ।

Related story