ଏସସିବି ମେଡିକାଲ କଲେଜକୁ ଏମ୍ସ-ପ୍ଲସ୍ କରିବା ପାଇଁ ୧୦ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ(ଏସସିବି)କୁ ବିଶ୍ୱସ୍ତରୀୟ ମେଡିକାଲ(ଏମ୍ସ ପ୍ଲସ୍ ) କରିବା ମାର୍ଗରେ ରାଜ୍ୟ ସରକାର ଆଉ ପାଦେ ଆଗେଇଛନ୍ତି। ବଜେଟରେ ଏଥିପାଇଁ ହଜାରେ କୋଟି ଟଙ୍କାର ବ୍ୟବସ୍ଥା କରିଥିବା ରାଜ୍ୟ ସରକାର ଦେଶବିଦେଶର ପ୍ରତିଷ୍ଠିତ ୧୦ଜଣ ଡାକ୍ତରଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ସେମାନେ ଏସସିବି ମେଡିକାଲ କଲେଜକୁ କିଭଳି ବିଶ୍ୱସ୍ତରୀୟ ବା ଏମ୍ସ ପ୍ଲସ୍ କରାଯାଇ ପାରିବ ସେ ନେଇ ନିଜର ସୁଚିନ୍ତିତ ପରାମର୍ଶ ଦେବେ। ଏହି ୧୦ଜଣ ପରାମର୍ଶଦାତାଙ୍କ […]

scb-1..

Tapas Behera
  • Published: Sunday, 01 March 2020
  • , Updated: 01 March 2020, 08:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ(ଏସସିବି)କୁ ବିଶ୍ୱସ୍ତରୀୟ ମେଡିକାଲ(ଏମ୍ସ ପ୍ଲସ୍ ) କରିବା ମାର୍ଗରେ ରାଜ୍ୟ ସରକାର ଆଉ ପାଦେ ଆଗେଇଛନ୍ତି। ବଜେଟରେ ଏଥିପାଇଁ ହଜାରେ କୋଟି ଟଙ୍କାର ବ୍ୟବସ୍ଥା କରିଥିବା ରାଜ୍ୟ ସରକାର ଦେଶବିଦେଶର ପ୍ରତିଷ୍ଠିତ ୧୦ଜଣ ଡାକ୍ତରଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ସେମାନେ ଏସସିବି ମେଡିକାଲ କଲେଜକୁ କିଭଳି ବିଶ୍ୱସ୍ତରୀୟ ବା ଏମ୍ସ ପ୍ଲସ୍ କରାଯାଇ ପାରିବ ସେ ନେଇ ନିଜର ସୁଚିନ୍ତିତ ପରାମର୍ଶ ଦେବେ। ଏହି ୧୦ଜଣ ପରାମର୍ଶଦାତାଙ୍କ ମଧ୍ୟରେ ୩ଜଣ ପଦ୍ମବିଭୂଷଣ, ୩ଜଣ ପଦ୍ମଶ୍ରୀ ପୁରସ୍କାର ପାଇଥିବାବେଳେ ୪ଜଣ ଏସସିବିର ପୁରାତନ ଛାତ୍ର ଅଟନ୍ତି।
ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା ପ୍ରତିଷ୍ଠିତ ଡାକ୍ତରମାନେ ହେଲେ ପଦ୍ମବିଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା (ପ୍ରତିଷ୍ଠାତା, ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ), ପଦ୍ମବିଭୂଷଣ ଡାକ୍ତର ଦେବୀ ସେଟ୍ଟୀ (ପ୍ରତିଷ୍ଠାତା, ନାରାୟଣ ହୃଦୟାଳୟ), ପଦ୍ମବିଭୁଷଣ ଡାକ୍ତର କେ.ଶ୍ରୀନାଥ ରେଡ୍ଡୀ( ଅଧ୍ୟକ୍ଷ, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ)ଙ୍କ ସମେତ ପଦ୍ମଶ୍ରୀ ଡାକ୍ତର ସୁବ୍ରତ ଆଚାର୍ଯ୍ୟ, ପଦ୍ମଶ୍ରୀ ଡାକ୍ତର ମୁକୁଟ ମିଞ୍ଜ, ପଦ୍ମଶ୍ରୀ ଡାକ୍ତର ଦିଗମ୍ବର ବେହେରା, ପଦ୍ମଶ୍ରୀ ଡାକ୍ତର ରାଜେଶ ବାଡୱେ ଅଛନ୍ତି। ସେହିପରି ଡାକ୍ତର ଜଗତ ନରୁଲା, ଡାକ୍ତର ଜିଏନ୍ ରାଓ ଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିବାବେଳେ ଓଡ଼ିଶା ସରକାରଙ୍କ ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକଙ୍କୁ ଏହି କମିଟିର ଆବାହକ ସଦସ୍ୟ ଭାବେ ନିଯୁକ୍ତ ମିଳିଛି।

Related story