ଏସ୍‌ସିବିରେ ନିର୍ଯାତନା ମାମଲା ଆପୋଷ ସମାଧାନ

କଟକ: ଏସ୍‌ସିବି ମେଡିକାଲ କଲେଜର ଛାତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାର ଆପୋଷ ସମାଧାନ ହୋଇଥିବା ସୂଚନା ମିଳିଛି। ଏସସିବି ମେଡିକାଲ୍ ପ୍ରଶାସନିକ ଅଧିକାରୀ ପ୍ରତାପ ମିଶ୍ର ଏହି ସୂଚନା ଦେଇଛନ୍ତି। ଏସ୍‌ସିବି ଇଣ୍ଟରନାଲ୍ ଡିସିପ୍ଲିନାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଉଭୟ ପକ୍ଷ ଉପସ୍ଥିତ ରହି ମତ ରଖିଥିଲେ। ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକ ମଧ୍ୟ ଉପସ୍ଥିତ ରହି ବୈଠକରେ ମତ ରଖିଥିଲେ। ମାମଲାକୁ ଆଗକୁ ନ ବଢ଼ାଇବାକୁ ଉଭୟ ପକ୍ଷ ରାଜି ହୋଇଥିଲେ ବୋଲି […]

scb

Rakesh Mallick
  • Published: Friday, 27 January 2017
  • , Updated: 27 January 2017, 06:36 PM IST

କଟକ: ଏସ୍‌ସିବି ମେଡିକାଲ କଲେଜର ଛାତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାର ଆପୋଷ ସମାଧାନ ହୋଇଥିବା ସୂଚନା ମିଳିଛି। ଏସସିବି ମେଡିକାଲ୍ ପ୍ରଶାସନିକ ଅଧିକାରୀ ପ୍ରତାପ ମିଶ୍ର ଏହି ସୂଚନା ଦେଇଛନ୍ତି। ଏସ୍‌ସିବି ଇଣ୍ଟରନାଲ୍ ଡିସିପ୍ଲିନାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଉଭୟ ପକ୍ଷ ଉପସ୍ଥିତ ରହି ମତ ରଖିଥିଲେ। ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକ ମଧ୍ୟ ଉପସ୍ଥିତ ରହି ବୈଠକରେ ମତ ରଖିଥିଲେ। ମାମଲାକୁ ଆଗକୁ ନ ବଢ଼ାଇବାକୁ ଉଭୟ ପକ୍ଷ ରାଜି ହୋଇଥିଲେ ବୋଲି ସୂଚନା ମିଳିଛି। ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହେବ, ସେ ନେଇ ଆଲୋଚନା ହୋଇଥିଲା। ଆସନ୍ତାକାଲି ଏନେଇ ସାଧାରଣ ପରିଷଦ ବୈଠକରେ ମଧ୍ୟ ଆଲୋଚନା ହେବ।

ଏହା ପୂର୍ବରୁ ଏକ ଅଜ୍ଞାତ ସ୍ଥାନରେ ଅଭିଯୋଗକାରିଣୀ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଏହାସହ ୪ ଜଣ ଛାତ୍ରଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଘଟଣାର ତଦନ୍ତ ପାଇଁ ମଙ୍ଗଳାବାଗ୍‌ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମ୍‌ ଗଠନ କରାଯାଇଛି ବୋଲି କଟକ ଡିସିପି ସଞ୍ଜୀବ୍‌ ଆରୋରା ସୂଚନା ଦେଇଥିଲେ।

କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ସେ ନେଇ ରିପୋର୍ଟ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଆରୋରା କହିଥିଲେ।

ବୁଧବାର ବାର୍ଷିକ ମୁଭି ଶୋ’ ଦେଖିବା ବେଳେ ସିନିୟର ଛାତ୍ରମାନେ ଛାତ୍ରମାନେ ଅଶ୍ଲୀଳ ଭାଷାରେ ଗାଳି ଦେବା ସହ ଖରାପ ଇଙ୍ଗିତ କରିଥିଲେ ବୋଲି ଏମ୍‌ବିବିଏସ୍‌ ୪ର୍ଥ ବର୍ଷର ଛାତ୍ରୀ ଜଣଙ୍କ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ଏହାସହ ଏସ୍‌ସିବିରେ ଲିଙ୍ଗଗତ ବିଭେଦକୁ ନେଇ ଛାତ୍ରୀ ଜଣଙ୍କ ପ୍ରଶ୍ନ ଉଠାଇ ଥିଲେ। ଏସ୍‌ସିବି ମେଲ୍‌ ଡୋମିନେଟେଡ୍‌ ସିଷ୍ଟମରେ ଚାଲିଥିବା ସେ ଅଭିଯୋଗ କରିଥିଲେ। ଏପରିକି ଏସ୍‌ସିବିରେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯିବା ପୁରୁଣା କଥା ବୋଲି ସେ କହିଥିଲେ।

Related story