ବଦଳିଲେ ଏସ୍‌ସିବି ୟୁରୋଲୋଜି ବିଭାଗ ମୁଖ୍ୟ

କଟକ (ଓଡ଼ିଶା ରିପୋର୍ଟର): ପିଜି ଛାତ୍ରଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୂଆଁଇଲେ ସରକାର। ଶେଷରେ ବଦଳିଲେ କଟକ ଏସ୍‌ସିବି ମେଡ଼ିକାଲର ୟୁରୋଲୋଜି ବିଭାଗ ମୁଖ୍ୟ ଦତ୍ତେଶ୍ୱର ହୋତା। ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ବଦଳି କରାଯାଇଛି। ଏନେଇ ବିଜ୍ଞପ୍ତି ଜାରି କଲେ ସ୍ୱାସ୍ଥ୍ୟ ବିଭାଗ। ସରକାରଙ୍କ ନିଷ୍ପର୍ତ୍ତିକୁ ଏସ୍‌ସିବି ଜୁନିୟର ଡାକ୍ତର ସଂଘ ସ୍ୱାଗତ କରିଛି। ଏସ୍‌ସିବି ମେଡ଼ିକାଲର ୟୁରୋଲୋଜି ବିଭାଗ ମୁଖ୍ୟ ଦତ୍ତେଶ୍ୱର ହୋତାଙ୍କ ବଦଳି ଦାବି କରି ପିଜି ଛାତ୍ରମାନେ ଆନ୍ଦୋଳନ କରୁଥିଲେ। ପିଜି […]

scb

Rakesh Mallick
  • Published: Tuesday, 27 February 2018
  • , Updated: 27 February 2018, 10:34 PM IST

କଟକ (ଓଡ଼ିଶା ରିପୋର୍ଟର): ପିଜି ଛାତ୍ରଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୂଆଁଇଲେ ସରକାର। ଶେଷରେ ବଦଳିଲେ କଟକ ଏସ୍‌ସିବି ମେଡ଼ିକାଲର ୟୁରୋଲୋଜି ବିଭାଗ ମୁଖ୍ୟ ଦତ୍ତେଶ୍ୱର ହୋତା। ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ବଦଳି କରାଯାଇଛି। ଏନେଇ ବିଜ୍ଞପ୍ତି ଜାରି କଲେ ସ୍ୱାସ୍ଥ୍ୟ ବିଭାଗ। ସରକାରଙ୍କ ନିଷ୍ପର୍ତ୍ତିକୁ ଏସ୍‌ସିବି ଜୁନିୟର ଡାକ୍ତର ସଂଘ ସ୍ୱାଗତ କରିଛି।

ଏସ୍‌ସିବି ମେଡ଼ିକାଲର ୟୁରୋଲୋଜି ବିଭାଗ ମୁଖ୍ୟ ଦତ୍ତେଶ୍ୱର ହୋତାଙ୍କ ବଦଳି ଦାବି କରି ପିଜି ଛାତ୍ରମାନେ ଆନ୍ଦୋଳନ କରୁଥିଲେ। ପିଜି ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ୧୫୦ଜଣ ହାଉସ ସର୍ଜନ ଓ ୧୬୦ ରେସିଡେଣ୍ଟ୍ ଡାକ୍ତର ମଧ୍ୟ ସମୂହ ଛୁଟିରେ ଯାଇଥିଲେ। ଯାହାଫଳରେ ଏସ୍‌ସିବିରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ଅଧିକ ବିଗିଡିବାରେ ଲାଗିଛି। ଏସ୍‌ସିବି ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ ଏମ୍‌କେସିଜି ଓ ବୁର୍ଲାରେ କାର୍ଯ୍ୟରତ ଡାକ୍ତର। ତେବେ ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରି ରାଜ୍ୟ ସରକାର ଡାକ୍ତରଙ୍କ ଦାବି ମାନି ନେଇଥିବା ଜଣାପଡ଼ିଛି।

Related story