ଶିକ୍ଷକଙ୍କ ଆନ୍ଦୋଳନ ଭଣ୍ଡୁର ପାଇଁ ଗଣଶିକ୍ଷା ବିଭାଗର ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରେ ବିଭିନ୍ନ ଦାବି ପୂରଣ ପାଇଁ ଭୁବନେଶ୍ୱରରେ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନକୁ ଭଣ୍ଡୁର ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଆନ୍ଦୋଳନରେ ସାମିଲ ନହେବା ପାଇଁ ଶିକ୍ଷକଙ୍କୁ ବୁଝାଇବାକୁ ରାଜ୍ୟର ପ୍ରତି ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ। ଶିକ୍ଷକ ଓ ଶିକ୍ଷାସହାୟକଙ୍କ ଆନ୍ଦୋଳନ ଯୋଗୁଁ ପାଠ ପଢ଼ା ଯେପରି ପ୍ରଭାବିତ ନହୁଏ। ସେଥିପ୍ରତି ଶିକ୍ଷକମାନେ ଧ୍ୟାନ ଦେବା ଦରକାର। ପ୍ରଧାନଶିକ୍ଷକମାନେ ପ୍ରକୃତ କାରଣ ଜାଣି ଦିନକୁ […]

adarsha school

Rakesh Mallick
  • Published: Tuesday, 07 November 2017
  • , Updated: 07 November 2017, 05:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରେ ବିଭିନ୍ନ ଦାବି ପୂରଣ ପାଇଁ ଭୁବନେଶ୍ୱରରେ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନକୁ ଭଣ୍ଡୁର ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଆନ୍ଦୋଳନରେ ସାମିଲ ନହେବା ପାଇଁ ଶିକ୍ଷକଙ୍କୁ ବୁଝାଇବାକୁ ରାଜ୍ୟର ପ୍ରତି ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ।

ଶିକ୍ଷକ ଓ ଶିକ୍ଷାସହାୟକଙ୍କ ଆନ୍ଦୋଳନ ଯୋଗୁଁ ପାଠ ପଢ଼ା ଯେପରି ପ୍ରଭାବିତ ନହୁଏ। ସେଥିପ୍ରତି ଶିକ୍ଷକମାନେ ଧ୍ୟାନ ଦେବା ଦରକାର। ପ୍ରଧାନଶିକ୍ଷକମାନେ ପ୍ରକୃତ କାରଣ ଜାଣି ଦିନକୁ ଜଣେ ଶିକ୍ଷକ ଓ ଶିକ୍ଷା ସହାୟକଙ୍କୁ ଛୁଟି ଦିଅନ୍ତୁ। ୮ରେ ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ତାଲିକା ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ଚିଠି ଲେଖିଛନ୍ତି।

Related story