୩୦ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା, ଓଲଟିଲା ସ୍କୁଲ୍ ବସ୍

ପଦ୍ମପୁର(ଓଡ଼ିଶା ରିପୋର୍ଟର): ଓଲଟିଲା ସ୍କୁଲ୍ ବସ୍। ଦୁର୍ଘଟଣାରେ ୩୦ ଛାତ୍ରଛାତ୍ରୀ ଆହତ। ବରଗଡ଼ ପଦ୍ମପୁର ଝାଙ୍କରପାଲି ଠାରେ ଆଜି ଏହି ଦୁର୍ଘଟଣା ଘଟିଛି। ଝାଙ୍କରପାଳିସ୍ଥିତ ଏକ ଘରୋଇ ବିଦ୍ୟାଳୟର କ୍ୟାମ୍ପସରୁ ବସ୍‌ଟି ଛାତ୍ରଛାତ୍ରୀଙ୍କୁ ନେଇ ଛାଡ଼ିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଛି। ଏନେଇ ଦେଖିବା ପରେ ସ୍ଥାନୀୟ ଲୋକେ ଓ ବିଦ୍ୟାଳୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରି ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। […]

bus

  • Published: Monday, 26 September 2022
  • , Updated: 27 September 2022, 03:28 PM IST

ପଦ୍ମପୁର(ଓଡ଼ିଶା ରିପୋର୍ଟର): ଓଲଟିଲା ସ୍କୁଲ୍ ବସ୍। ଦୁର୍ଘଟଣାରେ ୩୦ ଛାତ୍ରଛାତ୍ରୀ ଆହତ। ବରଗଡ଼ ପଦ୍ମପୁର ଝାଙ୍କରପାଲି ଠାରେ ଆଜି ଏହି ଦୁର୍ଘଟଣା ଘଟିଛି।

ଝାଙ୍କରପାଳିସ୍ଥିତ ଏକ ଘରୋଇ ବିଦ୍ୟାଳୟର କ୍ୟାମ୍ପସରୁ ବସ୍‌ଟି ଛାତ୍ରଛାତ୍ରୀଙ୍କୁ ନେଇ ଛାଡ଼ିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଛି। ଏନେଇ ଦେଖିବା ପରେ ସ୍ଥାନୀୟ ଲୋକେ ଓ ବିଦ୍ୟାଳୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରି ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବସ୍‌ରେ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଥିଲେ। ବସ୍ ଡ୍ରାଇଭର ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି।

ଦୁର୍ଘଟଣାରେ କିଛି ପିଲା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ଘଟିଥିଲା ଅଭିଯୋଗ ହୋଇଛି। ସେହିପରି ସ୍କୁଲ ବସ୍‌ଟି ବହୁତ ପୁରୁଣା ହୋଇଯାଇଥିବାରୁ ଏଭଳି ଘଟଣା ଘଟିଥିବା ମଧ୍ୟ କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ତେବେ  ଏ ନେଇ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ତେବେ ଏହି ଘଟଣା ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଡ୍ରାଇଭର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସ୍କୁଲ ବସ୍ କ୍ୟାମ୍ପସ ଛାଡ଼ିବା ବେଳେ ଡ୍ରାଇଭର ମଦ ପିଇଛି ନା ନାହିଁ, ତାହାର ଯାଞ୍ଚ କରାଯାଉ ନ ଥିବାରୁ ଏଭଳି ଘଟଣା ଘଟିଲା ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story