ଏଣିକି ରବିବାର ପାଠପଢ଼ା ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ରବିବାର ଆଉ ପାଠ ପଢ଼ିବେନି ପିଲା। ଆସନ୍ତା ଏପ୍ରିଲ ମାସରୁ ଆଉ ହେବନି ରବିବାର କ୍ଲାସ। ସ୍କୁଲରେ ରବିବାର ପାଠପଢ଼ା ବନ୍ଦ ରହିବ ବୋଲି ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି, ଏପ୍ରିଲରୁ କେବଳ ରିଭିଜନ କ୍ଲାସ ଚାଲିବ। କୋର୍ସ ଶେଷ ହୋଇ ଆସିଲାଣି ତେଣୁ ରେଗୁଲାର କ୍ଲାସ ଆଉ ଆବଶ୍ୟକ ନାହିଁ। ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲରେ ଧୀରେ ଧୀରେ କମିବାକୁ ଲାଗିଲାଣି। ଏବେ […]

Sunday-School-class-Close

Madhupriya Mistry
  • Published: Wednesday, 10 March 2021
  • , Updated: 10 March 2021, 05:05 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ରବିବାର ଆଉ ପାଠ ପଢ଼ିବେନି ପିଲା। ଆସନ୍ତା ଏପ୍ରିଲ ମାସରୁ ଆଉ ହେବନି ରବିବାର କ୍ଲାସ। ସ୍କୁଲରେ ରବିବାର ପାଠପଢ଼ା ବନ୍ଦ ରହିବ ବୋଲି ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ସେ କହିଛନ୍ତି, ଏପ୍ରିଲରୁ କେବଳ ରିଭିଜନ କ୍ଲାସ ଚାଲିବ। କୋର୍ସ ଶେଷ ହୋଇ ଆସିଲାଣି ତେଣୁ ରେଗୁଲାର କ୍ଲାସ ଆଉ ଆବଶ୍ୟକ ନାହିଁ। ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲରେ ଧୀରେ ଧୀରେ କମିବାକୁ ଲାଗିଲାଣି। ଏବେ ସେଲ୍ଫ ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି।

ଗଣଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି,  “ବର୍ତ୍ତମାନ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମୁଛି । ପରୀକ୍ଷା ପ୍ରସ୍ତୁତି ପାଇଁ କମ୍ ପିଲା ସ୍କୁଲ ଆସୁଛନ୍ତି । ପିଲାଙ୍କୁ ଯାହା ଟାର୍ଗେଟ ଦିଆଯାଇଥିଲା ସେମାନ ତାହା ପୂରଣ କରିସାରିଲେଣ। କୋର୍ସ ମଧ୍ୟ ଶେଷ ହେବାକୁ ଆସିଲାଣି। ପରୀକ୍ଷା ଦର୍ପଣ ପିଲାଙ୍କୁ ଅତ୍ୟନ୍ତ ସହାୟକ ହେଉଛି। ତେଣୁ ଏପ୍ରିଲ ବେଳକୁ ରମେଡିଆଲ କ୍ଲାସ ଆରମ୍ଭ ହେବ। ଆଉ ରବିବାର କ୍ଲାସ କରିବାର ଆବଶ୍ୟକ ପଡିବ ନାହିଁ ବୋଲି ଆମେ ଚିନ୍ତା କରୁଛୁ।”

ପୂର୍ବରୁ ରବିବାର ସ୍କୁଲରେ କ୍ଲାସ୍ କରାଯିବା ନେଇ କୁହାଯାଇଥିଲା କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ସ୍କୁଲ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଯାହା ଫଳରେ ରବିବାର ସ୍କୁଲରେ କ୍ଲାସ୍ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ରବିବାର ସ୍କୁଲଗୁଡିକରେ କ୍ଲାସ୍ କରାଯାଉଥିଲା ।

Related story